Uncategorized

ବ୍ରହ୍ମପୁରରେ ମାସ୍କ ବାଧ୍ୟତା ମୂଳକ

ବ୍ରହ୍ମପୁର:  ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମଣ ।ଏନେଇ ରାଜ୍ୟ ସରକାର ମାସ୍କ ଏକପ୍ରକାର ବାଧ୍ୟତା ମୂଳକ କରିସାରିଲେଣି ।କେବଳ ଏହି ନିୟମ ଟ୍ୱିନସିଟିରେ ଲାଗୁଥିବା ଦେଖିବାକୁ ମିଳିଥିବା ବେଳେ ଏବେ ବ୍ରହ୍ମପୁର ସହରରେ ମଧ୍ୟ ମାସ୍କ ହୋଇଛି ବାଧ୍ୟତା ମୂଲକ । କରୋନା କଟକଣା ମାନିବାକୁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ବ୍ରହ୍ମପୁରରେ ରହୁଥିବା ଓ ବାହାରୁ ବ୍ରହ୍ମପୁରକୁ ଆସୁଥିବା ଲୋକଙ୍କୁ ସଠିକ ଢଙ୍ଗରେ ମାସ୍କ ପିନ୍ଧିବାକୁ ଜାରି କରାଯାଇଛି ନିର୍ଦ୍ଦେଶନାମା । ସପିଂ ମଲ୍ ଓ ଦୋକାନରେ ଷ୍ଟାଫ୍ ଓ ଗ୍ରାହକ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ନଚେତ୍ ମଲକୁ ପ୍ରବେଶ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମଲ୍ ପ୍ରବେଶ ପଥରେ ନୋ ମାସ୍କ ନୋ ଏଣ୍ଟ୍ରି ଓ ନୋ ମାସ୍କ ନୋ ଗୁଡ୍ସ ଲେଖିବେ । ଏହାଛଡ଼ା ପେଟ୍ରୋଲ ପମ୍ପରେ ବିନା ମାସ୍କରେ ମିଳିବନି ପେଟ୍ରୋଲ କି ଡିଜେଲ । ସବୁ ସରକାରୀ ଓ ବେସରକାରୀ କର୍ମଚାରୀ ଅଫିସରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ।ସେହିପରି ଜନଗହଳି ସ୍ଥାନ, ପୂଜାସ୍ଥଳୀ, ପାର୍କ ଓ ଜିମ୍ରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି ।ନିୟମ ନମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବାନେଇ ମଧ୍ୟ କୁହାଯାଇଛି ।

Related posts

କେଜ୍ରିୱାଲଙ୍କ ଶପଥ ଗ୍ରହଣ ଉତ୍ସବକୁ ମୋଦିଙ୍କୁ ନିମନ୍ତ୍ରଣ

mahabharatanews

ମାଲଦୀପ ରାଷ୍ଟ୍ରପତିଙ୍କ ଭାରତକୁ ଧନ୍ୟବାଦ

mahabharatanews

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୬୫୮୩କୁ ବୃଦ୍ଧି

mahabharatanews