ଓଡିଶା

ଲାୟାନ୍ସ କ୍ଲବ୍ ଓ ସଂସ୍କାର ଗୋଶାଳା ପକ୍ଷରୁ ଧନୁଷ ଶୋଭାଯାତ୍ରାକୁ ବିପୁଳ ନାଗରିକ ସମ୍ବର୍ଦ୍ଧନା

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ କୁଆଖିଆ ଠାରେ ଲାୟାନ୍ସ କ୍ଲବ୍ ଓ ସଂସ୍କାର ଗୋଶାଳା ପକ୍ଷରୁ ମହାପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ସ୍ଵର୍ଣ୍ଣ ଧନୁକୁ ସ୍ବାଗତ କରାଯାଇଛି।  ରାଉଲକେଲାରୁ ସନାତନ ନଗରିକ ମଞ୍ଚ ପକ୍ଷରୁ ବାହାରିଥିବା ସ୍ଵର୍ଣ୍ଣ ଧନୁ ମା ବିରଜାଙ୍କ ପାଖରେ ପୂଜାର୍ଚ୍ଚନା ପରେ ଜଗନ୍ନାଥ ସଡକ ଦେଇ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବ।  କୋଟି ହିନ୍ଦୁ ମାନଙ୍କ ଆରାଧ୍ୟ ପ୍ରଭୁ ରାମଲାଲ ଙ୍କ ଭକ୍ତି ରେ ଭାବଭକ୍ତି ମୟ ପରିବେଶରେ ଉଛୁଳି ପଡୁଥିଲା କୁଆଖିଆ ବଜାର। ଆୟୋଜିତ ଶୋଭାଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁ ରାମ ଭକ୍ତ ମାନେ ଯୋଗ ଦେଇଥିଲେ।

ଆଗାମୀ ୨୨ ତାରିଖରେ ରାମ ମନ୍ଦିର ପ୍ରତିଷ୍ଠା ଦିବସରେ ଏହି ସ୍ଵର୍ଣ୍ଣ ଧନୁ ସ୍ଥାନିତ ହେବ। ଏହି ସ୍ବର୍ଣ୍ଣ ଧନୁଷ ସମଗ୍ର ଓଡିଶାର ଶକ୍ତି ପୀଠ ମାନ ପରିକ୍ରମା କରିବାକୁ ଯାଉଥିବା ବେଳେ ଆଜି ଲାୟାନ୍ସ କ୍ଲବ କୁଆଖିଆ ଓ ସଂସ୍କାର ଗୋ ଶାଳା ଦ୍ୱାରା ବିଶାଳ ନାଗରିକ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଲାୟାନ୍ସ  କ୍ଲବର ସଭାପତି ଜନ୍ମେଜୟ ସାହୁଙ୍କ ନିବେଦନ କ୍ରମେ ହଜାର ହଜାର ସନାତନ ପ୍ରେମୀ ଧନୁ କୁ ଦର୍ଶନ କରିବା ସହିତ ସନାତନୀ ଦଳଙ୍କୁ ବିପୁଳ ସମ୍ବର୍ଦ୍ଧନା ଦେଇଥିଲେ ।

Related posts

ହନୁମାନ ପଇସା ଲୋଭ ଦେଖାଇ ଲୁଟ ,୫ ଗିରଫ

mahabharatanews

ବିଧାୟକ ଅମର ଶତପଥୀଙ୍କ ୪ କର୍ମଚାରୀ କରୋନା ପଜିଟିଭ

mahabharatanews

ସାବଧାନ ରୁହନ୍ତୁ, ଏବେ ମାତିଛି ସ୍କ୍ରବ ଟାଇଫସ 

mahabharatanews