ଓଡିଶା

ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ଘୁଞ୍ଚିବା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସଂକେତ

ଭୁବନେଶ୍ୱର: ମହାମାରୀ କରୋନା ପାଇଁ ଶିକ୍ଷାଦାନ ବାଧାପ୍ରାପ୍ତ ହୋ ଇଛି । ତେଣୁ ଚଳିତ ଶିକ୍ଷା ବର୍ଷରେ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ଘୁଞ୍ଚିବା ନେଇ ଇଙ୍ଗିତ କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଏହି ଶିକ୍ଷା ବର୍ଷରେ ଅନ୍ୟୁନ ୩ ମାସ ସ୍ୱାଭାବିକ ପାଠପଢା ହେବା ପରେ ଯାଇଁ ପରୀକ୍ଷା କରାଯିବି । ଯଦି ଜାତୀୟସ୍ତରରେ ପରୀକ୍ଷା ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଏ ତେବେ ରାଜ୍ୟରେ ମଧ୍ୟ ପରୀକ୍ଷା ବନ୍ଦ ହୋଇପାରେ ବୋଲି ମନ୍ତ୍ରୀ କହିଛନ୍ତି । ଏହା ବ୍ୟତୀତ ଆସନ୍ତା ବର୍ଷ ଜାନୁଆରୀରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବା ଲାଗି ବ୍ୟବସ୍ଥା ହେଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଶୀତ ଋତୁ ସହ କରୋନା ସଂକ୍ରମଣ ବୃଦ୍ଧି ନେଇ ବିଶେଷଜ୍ଞଙ୍କ ଆଶଙ୍କା ପରେ ରାଜ୍ୟ ସରକାର ସମସ୍ତ ସ୍କୁଲ କଲେଜକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବନ୍ଦ ରଖିଛନ୍ତି । ମାଟ୍ରକ ପରୀକ୍ଷା ପାଇଁ ଫର୍ମ ଫିଲପକୁ ମଧ୍ୟ ସ୍ଥଗିତ ରଖାଯାଇଛି । ସ୍ଥିତିକୁ ଦେଖି ୩୦ ପ୍ରତିଶତ ସିଲାବସ୍ ହ୍ରାସ କରାଯାଇଛି ଓ ଅନଲାଇନ ଶିକ୍ଷାଦାନରୁ ଏକ ତୃତୀୟାଂଶ ପିଲା ବଞ୍ଚିତ ରହୁଛନ୍ତି । ତେଣୁ ପିଲାଙ୍କ ପରୀକ୍ଷାକୁ ନେଇ ଉଭୟ ଅଭିଭାବକ ଓ ପରୀକ୍ଷାର୍ଥୀ ସନ୍ଦେହରେ । ତେଣୁ ପରୀକ୍ଷା ଘୁଞ୍ଚାଇବାକୁ ନିଷ୍ପତ୍ତି ହୋଇଛି ।

 

Related posts

‘ନୂଆ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାର ଶୁଭାରମ୍ଭ

mahabharatanews

ପାଟଣା ଅବକାରୀ ବିଭାଗ ଚଢାଉ, ୩ ଗିରଫ

mahabharatanews

ବିଶ୍ଵ ତାରିଣୀ ମହିଳା ମହାବିଦ୍ୟାଳୟ ରେ ରକ୍ତଦାନ ଶିବିର

mahabharatanews

Leave a Comment