ଭାରତ

ଫିଲ୍ମ ଷ୍ଟାଇଲରେ ଏମବିଏ ଛାତ୍ରଙ୍କୁ ଏନକାଉଣ୍ଟର

ଝାଡଖଣ୍ଡ(ଚିନ୍ମୟୀ ସ୍ୱାଇଁ):-ଡକାୟତି ବେଳେ ପୋଲିସର ଲାଇଭ ଏନକାଉଣ୍ଟର । ଫିଲ୍ମ ଷ୍ଟାଇଲରେ ଏନକାଉଣ୍ଟର କରିଛି ଝାଡଖଣ୍ଡ ପୋଲିସ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ୫ ଜଣ ଡକାୟତଙ୍କୁ ରାଜରାସ୍ତାରେ ଫାୟାରିଂ କରିଥିଲା ପୋଲିସ । ସୂଚନା ମୁତାବକ, ଏକ ଘରୋଇ ଫାଇନାନ୍ସ ସଂସ୍ଥାର ଅଫିସରୁ ଲୁଟ ଉଦ୍ୟମ ବେଳେ ଜଣେ ଏମବିଏ ଛାତ୍ରଙ୍କୁ ଏନକାଉଣ୍ଟର କରିଛି ପୋଲିସ ।

ତେବେ ଧାନବାଦରେ ଥିବା ମୁଥୁଟ ଫିନକ୍ରପ ଗୋଲ୍ଡ ଲୋନ୍ ସଂସ୍ଥା ଅଫିସରେ ପଶି ୫ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ୟମ କରିଥିଲେ । ବ୍ୟାଙ୍କ କର୍ମଚାରୀଙ୍କୁ ଭୟଭୀତ କରି ସୁନା ଓ ଟଙ୍କା ଲୁଟ କରୁଥିବା ବେଳେ ପୋଲିସକୁ ଦେଖି ଚମ୍ପଟ ମାରିଥିଲେ । ଡକାୟତମାନଙ୍କୁ ପିଛା କରିବା ସହ ପୂରା ଫିଲ୍ମ ଷ୍ଟାଇଲରେ ରାଜରାସ୍ତାରେ ଫାୟାରିଂ କରିଥିଲା ପୋଲିସ । ଗୁଳି ଶବ୍ଦ ଶୁଣି ଲୋକମାନେ ରୁଣ୍ଡ ହୋଇଯାଇଥିଲେ ।ପୋଲିସ ଗୁଳିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ସେମାନଙ୍କଠାରୁ ପୋଲିସ ୩ଟି ବନ୍ଧୁକ ଜବତ କରିଛି । ମୃତକ ଜଣଙ୍କ ଜଣେ ଏମବିଏ ଛାତ୍ର ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । କଲେଜ ଯିବା ନାଁରେ ଘରୁ ଆସି ଛାତ୍ର ଜଣଙ୍କ ଡକାୟତି କରୁଥିଲେ ।

Related posts

ବିଜେପି ଦେଶରେ କିରୋସିନି ବିଞ୍ଚୁଛି

mahabharatanews

ଶ୍ରୀରାମ ଜନ୍ମୋତ୍ସବ: ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

mahabharatanews

ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ୍‌ 

mahabharatanews