ଓଡିଶା

ଦଣ୍ଡକାରଣ୍ୟକୁ ନେଇ ସ୍ବତନ୍ତ୍ର କେନ୍ଦ୍ର ଶାସିତ ଅଞ୍ଚଳ ଗଠନ ଲାଗି ସଭା

ସୂର୍ଯ୍ୟକାନ୍ତ ବେହେରା/ମାଲକାନଗିରି: ମାଲକାନଗିରି, ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦ ଦ୍ବାରା ମାଲକାନଗିରି ସଦର ମହକୁମାସ୍ଥିତ ସଂସ୍କୃତି ଭବନଠାରେ ଏକ ସଭା ଆୟୋଜିତ ହୋଇଥିଲା । ଦଣ୍ଡକାରଣ୍ୟକୁ ନେଇ ସ୍ବତନ୍ତ୍ର କେନ୍ଦ୍ର ଶାସିତ ଅଞ୍ଚଳ ଗଠନ ଲାଗି ସଭାରେ ଆଲୋଚନା ହୋଇଥିଲା । ପୁରାଣ ପ୍ରସିଦ୍ଧ ଏହି ଦଣ୍ଡକାରଣ୍ୟକୁ ପ୍ରଭୁରାମ ଚନ୍ଦ୍ର ବନବାସ କରିବା ପାଇଁ ଆସିଥିଲେ ,ଯାହାର ବର୍ଣ୍ଣନ ରାମାୟଣର ଅରଣ୍ୟକାଣ୍ଡରେ ଉଲ୍ଲଖ ରହିଛି । ମାଳ ମାଳ ପର୍ବତ ମାଳା, ନିକାଞ୍ଚ ସବୁଜ ବନାନୀ ଏବଂ ଝରଣାର କଳ ନିନାଦରେ ବନ ଭୂମି ମୁଖରିତ । ଏହି ଦୁର୍ଗମ ନଦ ନଦୀ ପୂର୍ଣ୍ଣ ପାହାଡୀ ଅଞ୍ଚଳରେ ଗିରିଜନମାନଙ୍କ ନିବାସ । ଏହି ଦଣ୍ଡକାରଣ୍ୟକୁ ଲାଗି ଓଡିଶା, ଆନ୍ଧ୍ର, ତେଲେଙ୍ଗାନା ଏବଂ ଛତିଶଗଡ ରାଜ୍ୟର କିଛି ଜିଲ୍ଲା ଅନ୍ତର୍ଭୁକ୍ତ! ଏହି ଅଞ୍ଚଳଟି ୯୨ ହଜାର ୨୦୦ ବର୍ଗ କିଲୋମିଟର ବା ୩୫ ହଜାର ୬୦୦ ବର୍ଗ ମାଇଲ. ପର୍ୟ୍ୟନ୍ତ ପରିବ୍ୟପ୍ତ । ଏହାର ସୀମାରେଖା ଉତ୍ତରରୁ ଦକ୍ଷିଣ ୩୦୦ କିମି ଏବଂ ପୂର୍ବରୁ ପଶ୍ଚିମ ୫୦୦ କିମି ଅଟେ । ଏହି ଦଣ୍ଡକାରଣ୍ୟରେ ବିଶେଷ କରି ଜନଜାତିର ଲୋକମାନଙ୍କ ନିବାସ ସ୍ଥଳୀ । ଆଦିବାସୀମାନେ ପାହାଡରେ ବସବାସ କରିବା ସହ ପୋଡୁ ଚାଷକୁ ମୁଖ୍ୟ ଜୀବୀକା ଭାବେ କେଉଁ ଅନାଦିକାଳରୁ ପାଥେୟ କରି ଆସିଛନ୍ତି । ପର୍ବ ପର୍ବାଣୀ ସମୟରେ ବଣ୍ୟ ଜନ୍ତୁ ଶିକାର କରିବା ପ୍ରଥା ପରମ୍ପରାରେ ରହି ଆସିଛି । ଜଙ୍ଗଲ ଜାତ ଦ୍ରବ୍ୟ ବିକ୍ରୟ କରି ଆଦିବାସୀମାନେ ଅର୍ଥ ଉପାର୍ଜ୍ଜନର ଅନ୍ୟ ଏକ ମାଧ୍ୟମ କହିଲେ ଚଳେ ।ସେବା ଅଭାବରୁ ଅକାଳରେ ଶହ ଶହ ଲୋକ ପୋକ ମାଛି ପରି ମୃତ୍ୟୁ ବରଣ କରନ୍ତି । ଅପପୁଷ୍ଟିର ଶିକାର ହୋଇ ପ୍ରତି ବର୍ଷ ବହୁ ଶିଶୁ ମୃତ୍ୟକୁ ଆଲିଙ୍ଗନ କରନ୍ତି । ଏବେ ମଧ୍ୟ ବିଭିନ୍ନ ଆଦିବାସୀ ଗ୍ରାମକୁ ଗମନା ଗମନର ସୁବିଧା ନାହିଁ । ବହୁ ନଦୀରେ ପୋଲ ନିର୍ମିତ ହୋଇ ପାରିନଥିବା ଯୋଗୁଁ ବର୍ଷା ଋତୁରେ ବାହ୍ୟ ଜଗତରୁ ବିଛିନ୍ନ ହୋଇ ପଡୁଛି ଏହି ଅଞ୍ଚଳ । ସେହି ପରି ଶିକ୍ଷା ହାର ଏହି ଅଞ୍ଚଳରେ ୩୦ ପ୍ରତିଶତରୁ ଅଧିକ ହେବ ନାହିଁ । ଅତଏବ ଦଣ୍ଡକାରଣ୍ୟ ଅଞ୍ଚଳର ବିକାଶ ଲାଗି ସ୍ବତନ୍ତ୍ର କେନ୍ଦ୍ରାଞ୍ଚଳର ଆବଶ୍ୟକତା ରହିଛି । ଫଳରେ ଏ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ସମ୍ଭବ ହୋଇ ପାରିବ । ତେଣୁ ଦଣ୍ତକାରଣ୍ୟ ଅଞ୍ଚଳକୁ ସ୍ବତନ୍ତ୍ର କେନ୍ଦ୍ରାଞ୍ଚଳ କରିବା ପାଇଁ ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦ ଦାବି କରିଛି । ଏଥି ପାଇଁ ଜୟରାମ ପାଙ୍ଗୀଙ୍କ ନେତୃତ୍ବରେ ମାଲକାନଗିରି ସଂସ୍କୃତି ଭବନ ଠାରେ ଏକ ସଭାର ଆୟୋଜନ କରାଯାଇ ଜନ ସମର୍ଥନ ଲୋଡାଯାଇଥିଲା । ଏହି ସଭାରେ ଦଣ୍ଡକାରଣ୍ୟ ପର୍ବତ ମାଳା ବିକାଶ ପରିଷଦର ସଭାପତି ଜୟରାମ ପାଙ୍ଗୀ,ସଂପାଦକ ଗଦାଧର ପରିଡା,ଛତିଶଗଡ ପୂର୍ବତନ ମନ୍ତ୍ରୀ ଅରବିନ୍ଦ ନେତାମ୍,ଆରୁକ୍ ପୂର୍ବତନ ବିଧାୟକ ଗଙ୍ଗାଧର ସ୍ବାମୀ,ବିଶାଖାପାଟଣାମ୍ ଡିଏଲଓ ଏସ ମାନ୍ୟକମ, ଡଃ କାମରାଜ କୱାସୀ,ଜିଲ୍ଲା ବିଜେଡ. ଉପଦେଷ୍ଟା କେଶବ ଚନ୍ଦ୍ର ନାୟକ ପ୍ରମୁଖ ନୂତନ କେନ୍ଦ୍ରାଞ୍ଚଳ ଗଠନ ହେଲେ ଏହି ଅନ୍ନୁତ ଦଣ୍ଡକାରଣ୍ୟ ଅଞ୍ଚଳର ଦ୍ରୁତ ଉନ୍ନତି ହେବ ବୋଲି ମତ ବ୍ୟକ୍ତ କରିଥିଲେ !

 

Related posts

ଚିତ୍ରକୋଣ୍ଡା ବିଧାୟକ ଖଇରପୁଟ ବ୍ଲକ ଉନୟନ୍ନ କାମର କଲେ ସମୀକ୍ଷା

mahabharatanews

ଆଜି ଓଢଣ ଷଷ୍ଠୀ ନୀତି; ମହାପ୍ରଭୁ ପିନ୍ଧିବେ ଶୀତବସ୍ତ୍ର 

mahabharatanews

ଉଚ୍ଚଶିକ୍ଷା କ୍ଷେତ୍ରରେ ଅତ୍ୟାଧୁନିକ ଯୋଗଦାନ ନେଇ ସଫଳତା

mahabharatanews