ଭାରତ

ନଭେମ୍ବର ୧୯ରୁ ପ୍ରଗତି ମୈଦାନରେ ଝଲସିବ ଓଡିଶାର କୁଟୀର ଶିଳ୍ପ

(ଦିଲ୍ଲୀ) :  ନୂଆଦିଲ୍ଲୀ ସ୍ଥିତ ପ୍ରଗତି ମୈଦାନରେ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୩ ଅନୁଷ୍ଠିତ ହେବ । ଆଗାମୀ ନଭେମ୍ବର ୧୯ ରୁ ୨୭ ତାରିଖ ପର୍ଯ୍ୟନ୍ତ  ଚଳିତ ବର୍ଷର ବିଷୟବସ୍ତୁ “ବସୁଧୈବ କୁଟୁମ୍ବକମ୍-ୟୁନାଇଟେଡ୍ ବାଇ ଟ୍ରେଡ୍” ଆଧାରରେ ଏଥିରେ ଓଡିଶା ଅଂଶଗ୍ରହଣ କରିବା ପାଇଁ ରାଜ୍ୟ ସରକାର ସ୍ଵୀକୃତି ପ୍ରଦାନ କରିଛନ୍ତି ।

ସୂଚନାନୁଯାୟୀ , ଏହି ପରିପ୍ରେକ୍ଷୀରେ ଓଡିଶାର ପ୍ରାଚୀନ ନୌବାଣିଜ୍ୟ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଓଡିଶାର ହସ୍ତତନ୍ତ, ହସ୍ତଶିଳ୍ପ, ବିଭିନ୍ନ କାରୁକାର୍ଯ୍ୟ ଭାରତର ବିଭିନ୍ନ ରାଜ୍ୟ ସମେତ ବିଶ୍ଵବାସୀଙ୍କ ପାଇଁ ଆକର୍ଷଣୀୟ ସାମଗ୍ରୀ ହୋଇଆସିଛି । ଓଡିଶାର ଜଗନ୍ନାଥ ସଂସ୍କୃତି, ଜନଜାତିଙ୍କ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ଆଭୂଷଣ ଓ ଅଳଙ୍କାର ଏବଂ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ପ୍ରଗତିଶୀଳ ଓଡିଶାର କୁଟୀର ଶିଳ୍ପ ସମେତ ଓଡିଶାର ମିଲେଟ, ଅଦା ଓ ହଳଦୀ, କୋରାପୁଟ କଫି, ପର୍ଯ୍ୟଟନ, କ୍ରୀଡ଼ା, ଶିଳ୍ପାୟନ ଆଦିକୁ ଓଡିଶା ପାଭିଲିୟନ ମାଧ୍ୟମରେ ବିଶ୍ଵବାସୀଙ୍କ ନିକଟରେ ସଠିକ ଭାବେ ଉପସ୍ଥାପିତ ହେବ ।  ତେବେ ଚଳିତ ବର୍ଷ ବାଣିଜ୍ୟ ମେଳାର ଫୁଡ କୋର୍ଟରେ ମଧ୍ୟ ଓଡିଶା ଅଂଶଗ୍ରହଣ କରି ବିଶ୍ଵବାସୀଙ୍କୁ ଓଡିଶାର ଅନନ୍ୟ ସୁସ୍ଵାଦୁ ଖାଦ୍ୟ ଅନୁଭୂତି ପ୍ରଦାନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।

Related posts

ଭୂସ୍ଖଳନରେ ଭୁଶୁଡିଲା ୮ ମହଲା କୋଠା

mahabharatanews

କଂଗ୍ରେସରୁ ପ୍ରାର୍ଥୀ ହେବେ ସ୍ୱରା ଭାଷ୍କର

mahabharatanews

ଆରମ୍ଭ ହେଲା ମତଦାନ, ୪୧୨ ପ୍ରାର୍ଥୀଙ୍କ ଭାଗ୍ୟ ଲକ୍ ହେବ

mahabharatanews