ଭୁବନେଶ୍ୱର: ଯାତ୍ରୀଙ୍କ ପାଇଁ ଖୁସି ଖବର। ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ବର ଓ ପୁରୀ-ଅନୁଗୁଳ-ପୁରୀ ମଧ୍ୟରେ ମେମୁ ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପତ୍ତି ହୋଇଛି। ଏଥିସହ ପୁରୀ-ହାଟିଆ, ପୁରୀ-ସମ୍ବଲପୁର ଓ ପୁରୀ-ପାରାଦୀପ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବାକୁ ସ୍ଥିର ହୋଇଛି । ଭୁବନେଶ୍ୱର-କେନ୍ଦୁଝରଗଡ଼ ମେମୁ ମାର୍ଚ୍ଚ ୩୦ରୁ ଅପରାହ୍ନ ୪ଟା ୩୫ରେ ଭୁବନେଶ୍ୱରରୁ ଛାଡ଼ି ରାତି ୯ଟା ୩୫ରେ କେନ୍ଦୁଝରଗଡ଼ରେ ପହଞ୍ଚିବ । କେନ୍ଦୁଝରଗଡ଼-ଭୁବନେଶ୍ୱର ମେମୁ ସକାଳ ୬ଟା ୩୦ରେ କେନ୍ଦୁଝରଗଡ଼ରୁ ବାହାରି ପୂର୍ବାହ୍ନ ୧୧ଟା ୫ରେ ଭୁବନେଶ୍ୱରରେ ପହଞ୍ଚିବ।ସେହିପରି ପୁରୀ-ଅନୁଗୋଳ ମେମୁ ଏପ୍ରିଲ ୫ରୁ ଅପରାହ୍ଣ ୪ଟା ୪୫ରେ ପୁରୀରୁ ବାହାରି ରାତି ୯ଟା ୩୦ରେ ପହଞ୍ଚିବ । ଅନୁଗୋଳ-ପୁରୀ ମେମୁ ସକାଳ ୫ଟା ୪୫ରେ ଅନୁଗୋଳରୁ ବାହାରି ପୂର୍ବାହ୍ନ ୧୦ଟା ୨୦ରେ ପୁରୀରେ ପହଞ୍ଚିବ । ଅନ୍ୟପକ୍ଷରେ ପୁରୀ-ହାଟିଆ-ପୁରୀ ଟ୍ରେନ୍ ଏପ୍ରିଲ ପହିଲାରୁ ପୁରୀରୁ ରାତି ୮ଟା ୩୦ରେ ଛାଡ଼ି ପରଦିନ ପୂର୍ବାହ୍ନ ୧୦ଟା ୪୫ରେ ହାଟିଆରେ ପହଞ୍ଚିବ ।
