ଭୁବନେଶ୍ୱର : କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କୁ ରାଜ୍ୟକୁ ପଠାଇବାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଅନେକ ସ୍ଥାନରେ ପୁଲିସ ଦ୍ୱାରା ପ୍ରବାସୀମାନେ ନାନା ଅତ୍ୟାଚାର ଭୋଗ କରୁଛନ୍ତି । ଏମିତିକି ବାଡେଇ ବାଡେଇ ମାରି ଦେଉଥିବା ପରି ଅଭିଯୋଗ ହେଉଛି । ମୃତକ ଜଣକ ହେଉଛନ୍ତି ଜଣେ ଓଡିଆ ।
ସୂଚନା ଅନୁଯାୟୀ, ଗତ କିଛି ଦିନ ଧରି ଓଡ଼ିଶା ଫେରିବା ପାଇଁ ସ୍ଥାନୀୟ ଆମ୍ରୋଲି ଥାନାରେ ପ୍ରବଳ ଭିଡ ଜମୁଥିଲା । ସେମାନଙ୍କ ଟିକଟ ବ୍ୟବସ୍ଥା ନେଇ ପ୍ରବାସୀମାନେ ପୁଲିସର ସହଯୋଗ ମାଗୁଥିଲେ । କିନ୍ତୁ ଗତକାଲି ସଂଧ୍ୟାରେ ଥାନାରେ ଭିଡ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ଘଟଣା ପରେ କେତେ ଜଣ ପୁଲିସ ଅଧିକାରୀ ଆମ୍ରୋଲି ଥାନା ଅନ୍ତର୍ଗତ ଅଂଜନୀ ଇଣ୍ଡଷ୍ଟ୍ରିଜରେ ରହୁଥିବା ଶ୍ରମିକଙ୍କ ପାଖରେ ପହଂଚିଥିଲେ । ଶ୍ରମିକ ରହୁଥିବା ଘରର ତାଲା ଭାଙ୍ଗି ଭିତରେ ପଶିଥିଲେ ଏବଂ ସେଠାରେ ଥିବା ସତ୍ୟ ସ୍ୱାଇଁ ନାମକ ଯୁବକଙ୍କୁ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି । ତାଙ୍କ ସ୍ଥିତି ଗୁରୁତର ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।
ମୃତକଙ୍କ ନାଁ ସତ୍ୟ ସ୍ୱାଇାଁ ତାଙ୍କ ଘର ଭଂଜନଗର ଥାନା ଅନ୍ତର୍ଗତ ଗରୁଡ ଗାଁରେ । ଘରେ ତାଙ୍କର ମାନସିକ ଅସୁସ୍ଥ ଥିବା ଜଣେ ୫ ବର୍ଷ ପୁଅ ଥିବା ବେଳେ ପରିବାରରେ ଶୋକର ଛାୟା ଖେଳିଯାଇଛି ।
next post