ବିଦ୍ୟାଶିକ୍ଷାସ୍ୱାସ୍ଥ୍ୟ

ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଦିଆଯିବ ମାଣ୍ଡିଆ

ମଧ୍ୟାହ୍ନ ଭୋଜନରେ ଦିଆଯିବ ମାଣ୍ଡିଆ । ସ୍କୁଲରେ ପିଲାମାନଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇଦେବା ପାଇଁ ଏଭଳି କିଛି ଯୋଜନା ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର । ସରକାରୀ ସ୍କୁଲରେ ପଢୁଥିବା ପିଲାଙ୍କୁ ସ୍ୱାସ୍ଥ୍ୟକର ଓ ନିରାପଦ ମଧ୍ୟାହ୍ନ ଭୋଜନ ଯୋଗାଇଦେବା ଲକ୍ଷ୍ୟରେ ଭୁବନେଶ୍ୱର ମିଶନ ଶକ୍ତି ଭବନରେ ଦୁଇ ଦିନିଆ କର୍ମଶାଳା ଆୟୋଜନ କରାଯାଇଛି ।ଏଥିରେ ଯୋଗଦେଇ ଓଡ଼ଶା ପିଏମ-ପୋଷଣ ରାଜ୍ୟ ନୋଡାଲ ଅଫିସର ରଘୁରାମ ଆର ଆୟର କହିଛନ୍ତି, ପିଲାଙ୍କ ମଧ୍ୟରେ ରକ୍ତହୀନତା ଓ ଅପପୃଷ୍ଟି ରୋଗର ଦୂରୀକରଣ ପାଇଁ ଓଡ଼ିଶାରେ ମଧ୍ୟାହ୍ନ ଭୋଜନରେ ବିବିଧକରଣ ଉପରେ ଗୁରୁତ୍ୱ ଦିଆଯାଉଛି । ଭବିଷ୍ୟତ ପିଢିଙ୍କ ପୋଷଣ ନିରାପତା ପାଇଁ ରାଜ୍ୟ ସରକାର ମଧ୍ୟାହ୍ନ ଭୋଜନରେ ମାଣ୍ଡିଆର ଅର୍ନ୍ତଭୁକ୍ତ କରିଛନ୍ତି । ପ୍ରଯୁକ୍ତିବିଦ୍ୟାର ଉପଯୋଗ କରି ମଧ୍ୟାହ୍ନ ଭୋଜନକୁ ଆହୁରୀ ସୁବ୍ୟବସ୍ଥିତ କରିବାକୁ ଉଦ୍ୟମ ହେଉଛି । ଚାଉଳରେ ପୌଷ୍ଟିକ ମୂଲ୍ୟରେ ଉନ୍ନତି ଆଣିବା ସହ ରାଇସ୍ ଫର୍ଟିଫିକେସନ ପ୍ରକ୍ରିୟାକୁ ଗୁରୁତ୍ୱ ଦିଆଯାଉଛି । ତେବେ ଓଡ଼ିଶାରେ ସ୍କୁଲ ପିଲାଙ୍କୁ ସୁଷମ ଖାଦ୍ୟ ଯୋଗାଇଦେବାକୁ କେନ୍ଦ୍ର ସରକାର, ୱାର୍ଲ୍ଡ ଫୁଡ ପ୍ରୋଗ୍ରାମ ଓ ରାଜ୍ୟ ସରକାର ମିଳିତ ଭାବେ କାର୍ୟ୍ୟ କରୁଛନ୍ତି

Related posts

ଦୁଇ ଦିନ ହେବ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ

mahabharatanews

୨୪ଘଣ୍ଟା ମଧ୍ୟରେ ଦେଶରେ ୮ହଜାର ୮୧୩ଟି କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

୩୦ ଜିଲ୍ଲାର ୫୧ଟି ମୂଲ୍ୟାୟନ କେନ୍ଦ୍ରରେ ମୂଲ୍ୟାୟନ ହେବ ଖାତା

mahabharatanews