ଅପରାଧଓଡିଶା

ଦୁଗ୍ଧ ଶୀତଳ ଭଣ୍ଡାର ଉପରେ ସଂଘବଦ୍ଧ ଆକ୍ରମଣ ଅଭିଯୋଗ

(ମହାଭାରତ/ପାରାଦୀପ): କୁଜଙ୍ଗ ଥାନା ଅନ୍ତର୍ଗତ ବାଲିଅ । ପଞ୍ଚାୟତର ପାନପଲି ଗ୍ରାମରେ ଥିବା ମହିଳା ଦୁଗ୍ଧ ସମବାୟ ସମିତିର ଦୁଗ୍ଧ ଶୀତଳ ଭଣ୍ଡାର ଉପରେ ସଙ୍ଘବଦ୍ଧ ଅ ।କ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏହାକୁ ଥାନାରେ ଲିଖିତ ଅଭିଯୋଗ ଦିଆଯାଇଛି ।

ସୂଚନା ଅନୁଯାୟୀ, ପାନପଲି ଗ୍ରାମରେ ଏକ ଦୁଗ୍ଧ ଶୀତଳ ଭଣ୍ଡାର ରହିଛି । ଏହି ଭଣ୍ଡାରର ଦାୟିତ୍ୱ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦିଆଯାଇଛି । କିନ୍ତୁ କିଛି ଅସାମାଜିକ ଯୁବକ ମଝି ମଝିରେ ଶୀତଳ ଭଣ୍ଡାରକୁ ଯାଇ ସେଠାରୁ ଯୋର ଜବରଦସ୍ତ ଦାଦାବଟି ମାଗିବା ସହ ସେଠାରେ କାମ କରୁଥିବା ମହିଳାମାନଙ୍କୁ ଧମକ ଚମକ ଦେଇଆସୁଛନ୍ତି । ଗତକାଲି ଅପରାହ୍ନରେ ସେହି ଗ୍ରାମର କିଛି ଅସାମାଜିକ ଯୁବକ ଦୁଗ୍ଧ କେନ୍ଦ୍ରକୁ ଯାଇ ସେଠାରେ କାର୍ଯ୍ୟରତ ମହିଳାମାନଙ୍କୁ ଦାଦାବଟି ମାଗିବା ସହ ଶୀତଳ ଭଣ୍ଡାର ଉପରେ ସଙ୍ଘବଦ୍ଧ ଅ ।କ୍ରମଣ କରି ସେଠାର ବିଭିନ୍ନ ଯନ୍ତ୍ରାଂଶକୁ ଭାଙ୍ଗି ଦେଇଥିଲେ ଓ ସମ୍ପାଦିକାଙ୍କ ଘରେ ପଶି ଭଙ୍ଗାରୁଜା କରିଥିଲେ । ଏଥି ସହ ସମ୍ପାଦିକାଙ୍କ ଘରୁ ୧ ଲକ୍ଷ ୨୩ ହଜାର ଟଙ୍କା ଲୁଟ କରିନେଇଥିଲେ । ଏଥିନେଇ କୁଜଙ୍ଗ ଥାନାରେ ଏକଏତଲା ଦିଅ ।ଯିବାପରେ ପୋଲିସ ତଦନ୍ତ ଅ ।ରମ୍ଭ କରିଛି ।

Related posts

ଷ୍ଟାର ପ୍ରଚାରକ ତାଲିକାରୁ ବାଦ ପଡିଲେ ସମୀର ଦାସ

mahabharatanews

ବୁଡିଲା ଏମ୍‌ଭି-୯୬ ପୋଲ, ପାଣି ଘେରରେ ଶହ ଶହ ଲୋକେ 

mahabharatanews

କ୍ୟନ୍ସର ହସ୍ପିଟାଲର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

mahabharatanews