ଭାରତ

G -20 ଅତିଥି ଖାଇବେ ମାଣ୍ଡିଆ

(ଦିଲ୍ଲୀ)  : G -20ରେ ସାମିଲ ହେବାକୁ ଆସୁଥିବା ରାଷ୍ଟ୍ର ମୁଖ୍ୟ ଓ ଅନ୍ୟ ଅତିଥି ମାନଙ୍କୁ ଖାଇବାକୁ ମାଣ୍ଡିଆ ଜାତୀୟ ଖାଦ୍ୟ ଦିଆଯିବ । ଆଉ ମାଣ୍ଡିଆ ଚାଷ ଉପରେ ରାଷ୍ଟ୍ର ମୁଖ୍ୟ ମାନଙ୍କୁ ନିଜ ଅଭିଜ୍ଞତା ବଖାଣିବେ ଓଡିଶାର ୨ଜଣ ମାଣ୍ଡିଆ ଚାଷୀ । ଓଡ଼ିଆ ଚାଷୀ ଦୁଇ ଜଣ ହେଲେ କୋରାପୁଟ ଜିଲ୍ଲା କୁନ୍ଦୁରା ଅଞ୍ଚଳର ଆଦିବାସୀ ମହିଳା ଚାଷୀ ରାଈମତି ଘିଉରିଆ ଓ ମୟୂରଭଞ୍ଜ ଜିଲ୍ଲାର ଚାଷୀ ସୁବାସ ମହନ୍ତ ।

ସୂଚନାନୁଯାୟୀ,   ସରକାରଙ୍କ ମିଲେଟ୍ ମିଶନରେ ସାମିଲ୍ ହୋଇ ସେ ମାଣ୍ଡିଆ ମାଆ ଭାବେ ପରିଚିତ ହୋଇ ରାଜ୍ୟସ୍ତରୀୟ ତଥା ଜାତୀୟ ସ୍ତରରେ ସମ୍ମାନିତ ହୋଇ ବିଭିନ୍ନ ଅନୁଷ୍ଠାନରୁ ପୁରସ୍କାର ପାଇଛନ୍ତି । ଆସନ୍ତା ୯ ଓ ୧୦ ତାରିଖରେ ଦିଲ୍ଲୀରେ ହେବ G20 ସମ୍ମିଳନୀ । ଏଥିରେ 20 ଟି ଦେଶ ଅଂଶ ଗ୍ରହଣ କରିବେ । ପ୍ରଥମ ଥର ପାଇଁ ଏହାକୁ ଭାରତ ଆୟୋଜନ କରୁଛି । ତେଣୁ ଜି-20 ସମ୍ମିଳନୀ ପାଇଁ କେନ୍ଦ୍ର ସରକାର ଜୋରଦାର ପ୍ରସ୍ତୁତି କରୁଛନ୍ତି ।

Related posts

କବିତାଙ୍କ ଜାମିନ ଆବେଦନ ପ୍ରତ୍ୟାଖ୍ୟାନ କଲେ କୋର୍ଟ

mahabharatanews

ଇସ୍ରାଏଲର ଗୁପ୍ତଚର ମୁଖ୍ୟାଳୟକୁ କ୍ଷେପଣାସ୍ତ୍ର ମାଡ଼

mahabharatanews

‘ରାମଙ୍କ ଅସ୍ତିତ୍ୱର କୌଣସି ଐତିହାସିକ ପ୍ରମାଣ ନାହିଁ’ : ବିବାଦୀୟ ବୟାନ ଦେଲେ ଡିଏମ୍‌କେ ନେତା

mahabharatanews