ଓଡିଶା

ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସଭାନେତ୍ରୀ ମୀନାକ୍ଷୀ ବାହିନୀ

(ଦିଲ୍ଲୀ): ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ଏଆଇସିସି (ଅଖିଳ ଭାରତ କଂଗ୍ରେସ କମିଟି) ଆଜି ମୀନାକ୍ଷୀ ବାହିନୀପତିଙ୍କୁ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସଭାନେତ୍ରୀ ରୂପେ ନିଯୁକ୍ତ କରିଛି। ଶ୍ରୀମତୀ ବାହିନୀପତି ହେଉଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପତ୍ନୀ। ମୀନାକ୍ଷୀଙ୍କୁ ରାଜ୍ୟ କଂଗ୍ରେସର ମହିଳା ସଭାନେତ୍ରୀ ରୂପେ ନିଯୁକ୍ତି କରି ଏଆଇସିସି ଜିଲ୍ଲାର ଗୋଷ୍ଠୀକନ୍ଦଳକୁ ପ୍ରଶମିତ କରିବା ସହିତ ରାଜ୍ୟର ମହିଳା ଭୋଟରଙ୍କ ଆସ୍ଥା ଜିତିବା ପାଇଁ ପ୍ରୟାସ କରିଥିବା ରାଜନୈତିକ ସମୀକ୍ଷକମାନେ ମତପ୍ରକାଶ କରିଛନ୍ତି।

ସୂଚନାନୁଯାୟୀ , ମୀନାକ୍ଷୀଙ୍କୁ ଜିଲ୍ଲା ସଭାପତି ପଦରୁ ନ ହଟାଇବା ପାଇଁ ପୂର୍ବରୁ ମେ’ ମାସରେ ୧୨ ଜିଲ୍ଲା ପରିଷଦ ସଦସ୍ୟ, କଂଗ୍ରେସର ବ୍ଲକ ସଭାପତି ଏବଂ ଜୟପୁର ମ୍ୟୁନିସିପାଲିଟିର ଅଧ୍ୟକ୍ଷ ଭୁବନେଶ୍ବରରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ। ମୀନାକ୍ଷୀଙ୍କୁ ସଭାପତି ପଦରୁ ହଟାଗଲେ ସାଧାରଣ ଏବଂ ବିଧାନସଭା ନିର୍ବାଚନ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ ବୋଲି ଆଶଙ୍କା ବ୍ୟକ୍ତ କରିଥିଲେ।

Related posts

ପୁଣି ଥରେ ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ପାର୍‌ କରିବ ତାପମାତ୍ରା

mahabharatanews

ଗୋଟି ପହଣ୍ଡିରେ ଜନ୍ମବେଦୀକୁ ଯିବେ ମହାପ୍ରଭୁ

mahabharatanews

ମିଳୁନି ପଶ୍ଚିମବଙ୍ଗର ୩୧ଜଣଙ୍କ ପତ୍ତା

mahabharatanews