ଓଡିଶା

ଗୋରୁମହିଷାଣୀ ଲୌହ ଖଣି ଶ୍ରମିକଙ୍କ ବିଭିନ୍ନ ସମସ୍ୟା ନେଇ ଧାରଣା

(ସତ୍ୟନାରାୟଣ ପାଲ/ରାଇରଙ୍ଗପୁର): ଗୋରୁମହିଷାଣୀ ଲୌହ ଖଣି ମାଲିକ ଘନଶ୍ୟାମ ମିଶ୍ର ଏଣ୍ଡ ସନ୍ସ ପ୍ରାଇଭେଟ୍ ଲିମିଟେଡରେ କାର୍ୟ୍ୟରତ ଶ୍ରମିକ ମାନଙ୍କ ବକେୟା ପାଉଣା ଓ ବିଭିନ୍ନ ସମସ୍ୟା ନେଇ ଗୋରୁମହିଷାଣୀ ବିକାଶ ପରିଷଦ ତରଫରୁ ଆଜି ଖଣି ଫାଟକ ସମ୍ମୁଖରେ ଧାରଣା ଦିଆଯାଇଥିଲା । ସୂଚନାଯୋଗ୍ୟ ଯେ,ଗୋରୁମହିଷାଣୀ ଲୌହ ଖଣିର କାର୍ୟ୍ୟରତ ଖଣି ମାଲିକଙ୍କ ଘନଶ୍ୟାମ ମିଶ୍ର ଏଣ୍ଡ ସନ୍ସର ମାଲିକାନା ଅବଧି ଗତ ମାର୍ଚ୍ଚ ମାସରେ ସରି ଯାଇଥିଲା ।ପରେ ଇ–ଟେଣ୍ଡରରେ ପୁନଃ ମାଲିକାନା ହାସଲ କରିଥିଲେ । କିନ୍ତୁ ଶ୍ରମିକମାନଙ୍କର ୫ମାସର ପାଉଣା ମିଳି ନ ଥିଲା। ଏଥିଲାଗି ଶ୍ରମିକ ମାନେ ପୂର୍ବରୁ ଖଣିମାଲିକ, ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରିନାହାନ୍ତି । ଶେଷରେ ବାଧ୍ୟ ହୋଇ ୫୦୦ରୁ ଉର୍ଦ୍ଧ୍ବ ଶ୍ରମିକମାନେ ଧାରଣାରେ ବସିଥିଲେ ।ପରେ ଗୋରୁମହିଷାଣୀ ଥାନା ପରିସରରେ ଥାନା ଅଧିକାରୀ ପ୍ରଶାନ୍ତ ସ୍ବାଇଁ, ସମାଜସେବୀ ଲକ୍ଷ୍ମଣ ଟୁଡୁ, ଖଣି ମ୍ୟାନେଜର ବିକାଶ ରଂଜନ ସ୍ବାଇଁ, ଦୟାନିଧି ମହାକୁଡ଼ ପ୍ରମୁଖଙ୍କ ସହ ଖଣି ଶ୍ରମିକଙ୍କ ମାନେ ଆଲୋଚନା କରିଥିଲେ । ବକେୟା ପାଉଣା, ବନୀକରଣ, ସ୍ଥାନୀୟ ଯୁବକ ଯୁବତୀଙ୍କୁ ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି, ପରିବହନ କ୍ଷେତ୍ରରେ ସ୍ଥାନୀୟ ଅଞ୍ଚଳର ଗାଡି ମାଲିକଙ୍କୁ ସୁଯୋଗ, ଶ୍ରମ ଆଇନକୁ କଡାକଡି ଆଦି ଦାବି ଖଣି ଶ୍ରମିକମାନେ ଜଣାଇଥିଲେ । ତେବେ ଖଣି ମାଲିକଙ୍କ ସହ ଆଲୋଚନା ପରେ ଖଣି ମ୍ୟାନେଜର ଦାବିଗୁଡିକ ପୂରଣ ପାଇଁ ଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେବା ପରେ ଶ୍ରମିକମାନେ ଆନ୍ଦୋଳନରୁ ଓହରିଥିଲେ ।

Related posts

ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ଦେଶରେ ପ୍ରଶଂସନୀୟ, ପୁରସ୍କାର ଦେଲେ ପ୍ରଧାନମନ୍ତ୍ରୀ

mahabharatanews

ସ୍କ୍ରବ୍ ଟାଇଫସ ଆତଙ୍କ; ସୁନ୍ଦରଗଡ଼ରେ ସଂଖ୍ୟା ୪୦୩କୁ ବୃଦ୍ଧି 

mahabharatanews

ଅଭିନବ ଉପାୟରେ ଅନଲାଇନରେ ହେଉଛି ଠକେଇ

mahabharatanews