ଓଡିଶା

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ କରୋନା ପଜିଟିଭ୍

(ରିପୋର୍ଟରସ ଟୁଡେ/ଭୁବନେଶ୍ବର): ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏ ନେଇ ଶୁକ୍ରବାର ସେ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ସେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ ଆକ୍ରାନ୍ତ ହେବା ପରେ ହୋମ୍ ଆଇସୋଲେସନରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ଅଛି । ଏଥିସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ପରୀକ୍ଷା କରାଇ ନେବାକୁ ସେ ପରାମର୍ଶ ଦେଇଛନ୍ତି ।
ପ୍ରକାଶ ଥାଉ କି, ରାଜ୍ୟରେ ଏବେ ସୁଦ୍ଧା ୪ ଜଣ ମନ୍ତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହେଲେଣି । ସେମାନେ ହେଲେ ସୁଶାନ୍ତ ସିଂ, ଅରୁଣ ସାହୁ, ପଦ୍ମିନୀ ଦିଆନ୍ ଏବଂ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ତେବେ ସେମାନଙ୍କ ମଧ୍ୟରୁ କେବଳ ମାତ୍ର ଶ୍ରୀ ସୁଶାନ୍ତ ସିଂ ସୁସ୍ଥ ହୋଇଛନ୍ତିି ଅର୍ଥାତ୍ କରୋନାରୁ ମୁକ୍ତ ହୋଇଛନ୍ତି ।

Related posts

ବୃଦ୍ଧାଙ୍କୁ ଦଳି ଦେଲା ହାତୀ

mahabharatanews

୯ ଜଣ ଛାତ୍ରଙ୍କୁ କଲେଜରୁ ନିଲମ୍ବିତ

mahabharatanews

ଆଜି ସୂର୍ଯ୍ୟକିରଣ ଏୟାରସୋ ; ଯୋଗଦେବେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ

mahabharatanews

Leave a Comment