ଭାରତମନୋରଞ୍ଜନ

ଆଖି ବୁଜିଲେ ୨୦୨୨ ‘ମିସ୍‌ ୟୁନିଭର୍ସ’ର ଫାଇନାଲିଷ୍ଟ

(ଦିଲ୍ଲୀ) :  ଆରପାରିରେ ‘ମିସ୍‌ ୟୁନିଭର୍ସ’ର ଫାଇନାଲିଷ୍ଟ । ଫାଇନାଲ୍‌କୁ ଯାଇଥିବା ୨୩ ବର୍ଷୀୟ  ଅଷ୍ଟ୍ରେଲୀୟ ଫେସନ୍‌ ମଡେଲ୍‌ ସିଏନା ୱିୟର୍‌ । ଗତମାସରେ ସେ ଘୋଡ଼ା ଚଢୁଥିବା ବେଳେ  ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସେଥିପାଇଁ ତାଙ୍କୁ କେତେ ସପ୍ତାହ ଧରି ‘ଲାଇଫ୍‌ ସପୋର୍ଟ’ରେ ରଖାଯାଇଥିଲା। ପରେ ମେ ୪ ତାରିଖ ଦିନ ତାଙ୍କୁ ‘ଲାଇଫ୍‌ ସପୋର୍ଟ’ରୁ ବାହାର କରାଯାଇଥିଲା।

ୱିୟର୍‌ଙ୍କ ମଡେଲିଙ୍ଗ୍‌ ଏଜେନ୍‌ସି ‘ସ୍କୁପ୍‌ ମ୍ୟାନେଜ୍‌ମେଣ୍ଟ୍‌’ ମଧ୍ୟ ତାଙ୍କ ମୃତ୍ୟୁ ଖବରକୁ ସୁନିଶ୍ଚିତ କରି ଗୁରୁବାର ଦିନ ‘ଇନ୍‌ଷ୍ଟାଗ୍ରାମ୍’ ପୋଷ୍ଟ୍‌ରେ ତାଙ୍କର କେତେଗୁଡ଼ିଏ ଫଟୋ ସେୟାର୍‌ କରିଛି।

‘ସୂଚନାନୁଯାୟୀ ,  ଏପ୍ରିଲ୍‌ ୨ ତାରିଖରେ ଅଷ୍ଟ୍ରେଲିଆର ୱିନ୍‌ସର୍‌ ପୋଲୋ ଗ୍ରାଉଣ୍ଡସ୍‌ରେ ୱିୟର୍‌ ଚଢ଼ିଥିବା ଘୋଡ଼ାଟି ପଡ଼ିଯିବାରୁ ସେ ଆହତ ହୋଇଥିଲେ। ପରିବାର ଲୋକେ ତାଙ୍କ ମୃତ୍ୟୁ ଖବର ସେୟାର୍‌ କରି ଲେଖିଛନ୍ତି କି, ତାଙ୍କୁ ‘ଲାଇଫ୍‌ ସପୋର୍ଟ’ରୁ ବାହାର କରିଦେବା ପାଇଁ ସେମାନେ ନିଷ୍ପତ୍ତି ଗ୍ରହଣ କରିଥିଲେ।

Related posts

ଶିଶୁଙ୍କ ଟୀକା: ଜାଇକୋବ-ଡି’ର ୧ କୋଟି ଡୋଜ କିଣିବ କେନ୍ଦ୍ର

mahabharatanews

ସାଂସଦ ସଞ୍ଜୟ ସିଂଙ୍କ ଘରେ ଇଡି ଚଢାଉ

mahabharatanews

ଚର୍ଚାରେ ଅଭିନେତ୍ରୀ ସୋନମ କପୁରଙ୍କ ଘର

mahabharatanews