ଓଡିଶାରାଜନୀତି

ଯୁବ ବିଜେଡିରେ ମିଶ୍ରଣ ପର୍ବ

ଶଙ୍ଖ ଫୁଙ୍କିଲେ ଅନ୍ୟଦଳର କର୍ମୀ

ଭୁବନେଶ୍ୱର: ବିଜେଡିରେ ମିଶିଲେ କଂଗ୍ରେସ ଓ ବିଜେପିର ଶତାଧିକ କର୍ମୀ। ଭୁବନେଶ୍ୱର ସ୍ଥିତ ବିଜୁ ଜନତା ଦଳ କାର୍ୟ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଦଳକୁ ତୃଣମୂଳସ୍ତରରୁ ସଶକ୍ତ କରିବା ପାଇଁ ମିଶ୍ରଣ ପର୍ବ ଜାରି ରହିଛି। ସୁନାବେଡାରେ ଶତାଧିକ ଅନ୍ୟଦଳର କର୍ମୀ, ସାମାଜିକ କାର୍ୟ୍ୟକର୍ତ୍ତା ଏବଂ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଦଳରେ ସାମିଲ ହୋଇଛନ୍ତି। ସୁନାବେଡାର ପୌର ପରିଷଦ ଅଧକ୍ଷ ଡକ୍ଟର ରାଜେନ୍ଦ୍ର ପାତ୍ର ବିଜେଡିରେ ସାମିଲ ହୋଇଛନ୍ତି।

ସେ ସୁନାବେଡାରୁ ସ୍ୱାଧୀନ ପାର୍ଥି ଭାବେ ପ୍ରତିନିଧିତ୍ୱ କରି ବିଜୟୀ ହୋଇଥିଲେ । ସେହିପରି ନାରାୟଣପାଟଣାର ରବି ନାଚିକା ମଧ୍ୟ ବିଜେଡି ଉତ୍ତରୀୟ ପକାଇ ଶଙ୍ଖ ଫୁଙ୍କିଛନ୍ତି। ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଆୟୋଜିତ ହୋଇଯାଇଛି ମିଶ୍ରଣ ପର୍ବ। ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଦଳରେ ନୂତନ ସଦସ୍ୟଙ୍କୁ ସ୍ୱାଗତ କରିବା ସହ ଉପସ୍ଥିତ କର୍ମକର୍ତ୍ତାଙ୍କୁ ଉଦବୋଧନ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ବିକାଶ କରିଚାଲିଛି, କଥା କମ କାମ ବେଶୀରେ ବିଶ୍ୱାସ ମୁଖ୍ୟମନ୍ତ୍ରୀ ରଖନ୍ତି ବୋଲି କହିଥିଲେ ପ୍ରଣବ ପ୍ରକାଶ ଦାସ।

ସେହିପରି ରାଜ୍ୟ ଭୋକର ଭୂଗୋଳରୁ ଓଡ଼ିଶାକୁ ଶସ୍ୟ ଶ୍ୟାମଳା କରିପାରିଛନ୍ତି। ଲକ୍ଷ ଲକ୍ଷ କୋଟି ଟଙ୍କାର ନିବେଶ ରାଜ୍ୟକୁ ଆସୁଛି। କୋରାପୁଟର ସର୍ବାଙ୍ଗୀନ ବିକାଶ ଉପରେ ମୁଖ୍ୟମନ୍ତ୍ରୀଙ୍କର ଗୁରୁତ୍ୱ ରହିଛି। ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ୟ୍ୟରେ ଆକୃଷ୍ଟ ହୋଇ ଅନ୍ୟ ଦଳର କାର୍ୟ୍ୟକର୍ତ୍ତା ବିଜେଡିରେ ସାମିଲ ହେଉଛନ୍ତି। ଦଳ ସର୍ବଦା ଓଡ଼ିଶାର ବିକାଶ ଦିଗରେ କାର୍ୟ୍ୟ ଜାରି ରଖିଛି ବୋଲି ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଥିଲେ।

Related posts

ବିଜେପିରେ ଯୋଗଦାନ ଖବର କପୋଳକଳ୍ପିତ: କଂଗ୍ରେସ ନେତା ସୁଦର୍ଶନ ଦାସ

mahabharatanews

ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଅଗ୍ନିକାଣ୍ଡ

mahabharatanews

ପ୍ରବଳ ଖରା: ସମ୍ବଲପୁରରେ ୪୩.୨ ଡିଗ୍ରି ରେକର୍ଡ

mahabharatanews

Leave a Comment