ଓଡିଶା

ସୋପୋରରେ ପାଟ୍ରୋଲିଂ ଟିମ ଉପରେ ଆତଙ୍କବାଦୀ ଆକ୍ରମଣ, ଯବାନ ଶହିଦ

(ଶ୍ରୀନଗର):ଜମ୍ମୁ କଶ୍ମୀରର ସୋପୋରରେ ଏକ ସିଆରପିଏଫ ପାଟ୍ରୋଲିଂ ଟିମ୍ ଉପରକୁ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ଯବାନ ଶହୀଦ ହୋଇଥିବା ବେଳେ ଆଉ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ବରମୁଲ୍ଲା ଜିଲ୍ଲାର ସୋପୋର ଠାରେ ଆଜି ସକାଳ ସାଢେ ୭ଟା ସମୟରେ ଆତଙ୍କୀମାନେ ପାଟ୍ରୋଲିଂ ଟିମ ଉପରକୁ ଆକ୍ରମଣ କରିଥିଲେ । ଏହି ଟିମରେ ଉଭୟ ସିଆରପିଏଫ ଯବାନ ଓ ପୋଲିସ କର୍ମଚାରୀ ଉପସ୍ଥିତ ଥିବା ଜଣାପଡିଛି । ତେବେ ଆତଙ୍କବାଦୀଙ୍କ ହମଲା ପରେ ତିନି ସିଆରପିଏଫ ଯବାନ ଆହତ ଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ରହିଛି। ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ତିନି ବର୍ଷର ଛୋଟ ଛୁଆ ଦେହରେ ଗୁଳି ବାଜିଥାନ୍ତା। କିନ୍ତୁ ପାଖରେ ଉପସ୍ଥିତ ଥିବା ପୁଲିସ ଅଧିକାରୀ ଛୋଟ ଛୁଆଟିକୁ ଗୁଳି ମାଡ଼ରୁ ଉଦ୍ଧାର କରିଛନ୍ତି।

Related posts

ଓୟୁଏଟି ଫାର୍ମରେ ଅଖିମୁଠି ଅନୁକୂଳ କରିବେ ମୁଖ୍ୟମନ୍ତ୍ରୀ

mahabharatanews

୨୪ଘଣ୍ଟାରେ ରାଜ୍ୟରୁ ୩୦୪ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ଆଦିବାସୀ ହୋ-ଭାଷାର ଜନକଙ୍କୁ ଶ୍ରଦ୍ଧାଞ୍ଜଳି

mahabharatanews