ବଢିଲା ବିଧାୟକଙ୍କ ଦରମା । ତେବେ ଆପଣ ଜାଣନ୍ତି କି, ବିଧାୟକଙ୍କ ଦରମା କେତେ ଥିଲା, ଆଉ ବର୍ତ୍ତମାନ କେତେ ମିଳିବ ? ବିଧାୟକଙ୍କୁ ଏଣିକି ୩୫ ହଜାର ବଦଳରେ ମିଳିବ ୯୦ ହଜାର ଟଙ୍କା । ସେହିପରି ୪୦ ହଜାର ଟଙ୍କା ପରିବର୍ତ୍ତେ, ମିଳିବ ୯୬ ହଜାର ଟଙ୍କା । ସେହିଭଳି ୩୬ ହଜାର ଟଙ୍କା ବିଧାୟକଙ୍କୁ ମିଳିବ ୯୨ ହଜାର ଟଙ୍କା ।

ନିର୍ବାଚନ ମଣ୍ଡଳୀ ଓ ଲୋକସେବା ଭବନ ଗସ୍ତ ଖର୍ଚ୍ଚ ଭତ୍ତା ବାବଦକୁ, ପୂର୍ବରୁ ୨୦ ହଜାର ଟଙ୍କା ମିଳୁଥିବା ବେଳେ, ଏବେ ଏହାକୁ ବୃଦ୍ଧି କରାଯାଇ ୭୫ ହଜାର ଟଙ୍କା କରାଯାଇଛି । ସେହିପରି କମିଟି ବୈଠକ ଭତ୍ତା ଏଣିକି, ୧୫୦୦ ପରିବର୍ତ୍ତେ ମିଳିବ ୩,୦୦୦ ଟଙ୍କା । ରାଜ୍ୟ ବାହାରେ ବୈଠକ ପାଇଁ ଦୈନିକ ୨,୦୦୦ ବଦଳରେ ୧୦,୦୦୦ ମିଳିବସ । ରାଜ୍ୟ ଭିତରେ କାର ଯାତ୍ର ପାଇଁ କିଲୋମିଟର ପିଛା ୨୫ ଟଙ୍କା ବଦଳରେ ମିଳିବ ୩୫ ଟଙ୍କା । ମାସିକ ଯାନ ବାହାନ ଭତ୍ତା ୧୫ ହଜାର ବଦଳରେ ମିଳିବ ୫୦,୦୦୦ ଟଙ୍କା । ମାସକୁ ପୁସ୍ତକ କିଣିବା ପାଇଁ ୨,୦୦୦ ନୁହେଁ ବରଂ ମିଳିବ ୧୦,୦୦୦ ଟଙ୍କା । ବିଜୁଳି ବିଲ ପାଇଁ ୫,୦୦୦ ବଦଳରେ ଦିଆଯିବ ୨୦,୦୦୦ ଟଙ୍କା । ଚିକିତ୍ସା ଖର୍ଚ୍ଚ ୫୦୦୦ ଟଙ୍କା ବଦଳରେ ୩୫୦୦୦ ମିଳିବ । କ୍ୱାଟର ମିଳି ନଥିବା ବିଧାୟକଙ୍କ ରହଣି ପାଇଁ ଦିନକୁ ୧୦୦୦ ଟଙ୍କା ବଦଳରେ ମିଳିବ ୨୦୦୦ ଟଙ୍କା । ଗାଡି କିଣିବା ପାଇଁ ୫ ଲକ୍ଷ ଟଙ୍କା ବଦଳରେ ଦିଆଯିବ ୧୦ ଲକ୍ଷ ଟଙ୍କା ।
