ମୁମ୍ବାଇ: ମହାରାଷ୍ଟ୍ର ନବ ନିର୍ମାଣ ସେନା (ଏମଏନଏସ) ପ୍ରମୁଖ ରାଜ ଠାକରେ ଗୁରୁବାର ଦିନ ମୁମ୍ବାଇରେ ଦଳର ପ୍ରଥମ ମହାଧିବେଶନରେ ନୂଆ ନାରଙ୍ଗି ପତାକା ଜାରି କରିଛି । ଦୁଇ ଦିନ ପୂର୍ବରୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଏହି ପତାକା । ଏହ।। ବ୍ୟତୀତ ଆଜି ରାଜ ଠାକରେଙ୍କ ପୁଅ ଅମିତ ଠାକରେ ଦଳରେ ସାମିଲ ହୋଇଛନ୍ତି ।
ପୂର୍ବରୁ ଏମଏନଏସର ପତାକା ଥିଲା ୫ ରଙ୍ଗର, ଯାହାକୁ ନାରଙ୍ଗି କରାଯାଇଛି । ଏହା ବ୍ୟତୀତ ପତାକାରେ ଶିବାଜୀ ମହାରାଜଙ୍କର ଶାସନ କାଳର ମୁଦ୍ରା ମଧ୍ୟ ଅଙ୍କିତ ଅଛି । ପତାକାରେ ସଂସ୍କୃତରେ ଶ୍ଲୋକ ଲେଖା ଯାଇଛି । ଏହି ପତାକା ଜାରି କରିବା ସମୟରେ ରାଜ ଠାକରେ ତାଙ୍କ କକା ବାଲା ସାହେବ ଠାକରେଙ୍କୁ ସ୍ମରଣ କରି ପତାକାକୁ ତାଙ୍କୁ ଉତ୍ସର୍ଗ କରିଛନ୍ତି । ଏହି କାର୍ଯ୍ୟକମ୍ରରେ ଦଳର କର୍ମକର୍ତ୍ତାମାନେ ନାରଙ୍ଗି ରଙ୍ଗର ଟୋପି ପିନ୍ଧିଥିଲେ । ଦଳର ନାରା ବାଜିର ଶୈଳୀରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଜୟ ଭବାନୀ, ଜୟ ଶିବାଜୀ ନାର।। ଲଗାଯାଇଥିଲା । ଏହି ଅବସରରେ ରାଜ ତାଙ୍କ ପୁଅ ଅମିତ ଠାକରେଙ୍କୁ ରାଜନୀତିରେ ଓହ୍ଲାଇବାର ଘୋଷଣା ମଧ୍ୟ କରିଥିଲେ । ପୂର୍ବରୁ ଅମିତ ଦଳର ବିଭିନ୍ନ କାର୍ଯ୍ୟରେ ସମ୍ପୃକ୍ତ ରହିଥିଲେ ମଧ୍ୟ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇ ନ ଥିଲେ ।
ସୂଚନା ଯୋଗ୍ୟ, ଆଜି ବାଲା ସାହେବ ଠାକରେଙ୍କ ୯୪ ତମ ଜୟନ୍ତୀ । ନିକଟରେ ହୋଇଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏମଏନଏସ ୧୦୧ ଆସନରୁ ନିଜ ପ୍ରାର୍ଥୀ ଠିଆ କରିଥିଲା, କିନ୍ତୁ ମାତ୍ର ଗୋଟିଏ ଆସନରୁ ବିଜୟ ମିଳିଥିଲା ।
previous post
next post