ଭୁବନେଶ୍ୱର : ଗତ ବୁଧବାର ମିଳିତ ଜାତିସଂଘର ଜନସେବା ପୁରସ୍କାରରେ ଓଡିଶାର ରାଜଧନୀ ପରିବାହନ ମୋ ବସ୍ ତାର ଉତ୍ତମ ପଦକ୍ଷେପ ପାଇଁ ଓଡିଶାକୁ ଗର୍ବ ଆଣି ଦେଇଛି । ମିଳିତ ଜାତିସଂଘର ଏହି ଜନସେବା ପୁରସ୍କାର ହେଉଛି ଏକ ଆନ୍ତର୍ଜାତୀୟ ସମ୍ମାନ । ଏହା ସାର୍ବଜନୀନ ସେବା ଅନୁଷ୍ଠାନ ଗୁଡ଼ିକର ସୃଜନଶୀଳ ସଫଳତା ଏବଂ ଅବଦାନକୁ ପୁରସ୍କୃତ କରିଥାଏ । ଜାତିସଂଘ ବିଭାଗ ଦ୍ୱାରା ଆୟୋଜିତ ଏହି ଭର୍ଚୁଆଲ ଉତ୍ସବରେ ୧୦ଟି ବିଶ୍ୱ ସ୍ତରୀୟ ପରିବହନ ତାର ପଦକ୍ଷେପ ପାଇଁ ସ୍ୱୀକୃତିପ୍ରାପ୍ତ କରିଛି ।
CRUTଏହି ପୁରସ୍କାର ପ୍ରତିକ୍ରିୟାଶିଳ ଜନ ସେବାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଦାନ କରିଛି, ଯାହା ଏହି ପରିବହନର ଅବଦାନ ଏବଂ ନିରନ୍ତର ବିକାଶର ଲକ୍ଷ ହାସଲ କରିଥାଏ । ଜନସାଧାରଣ ଗମନାଗମନ ସେବାରେ ଉକ୍ରର୍ଷତା ପ୍ରଦାନ କରିବା ଦୃଷ୍ଟି କୋଣ ତଥା ନିଜ ସହରକୁ ଗତିଶୀଳତା ବ୍ୟବସ୍ଥାର ଉନ୍ନତିର ଲଗାତାର ପ୍ରୟାସ ପାଇଁ ଆନ୍ତର୍ଜାତୀୟ ଫୋରମରେ ମୋ ବସକୁ ପ୍ରଶଂସା କରାଯାଇଛି । ଏହା ଦ୍ୱାରା CRUT ରାଜ୍ୟ ସହ ପୁରା ଦେଶକୁ ଗର୍ବିତ କରିଛି । କୋଭିଡ ସମୟର ଗୁରୁତ୍ୱପୁର୍ଣ୍ଣ ପଦକ୍ଷେପକୁ ନେଇ କ୍ରୁଟକୁ ପ୍ରଶଂସା କରାଯାଇଛି । ବିଶେଷ କରି CRUT ଏହି ପରିବହନ କ୍ଷେତ୍ରରେ ମହିଳା ମାନଙ୍କୁ ବିଶେଷ ଗୁରୁତ୍ୱ ଦେଇଥିବାରୁ ପ୍ରଶଂସାର ପାତ୍ର ହୋଇ ପାରିିଛି । ମହିଳା ମାନଙ୍କୁ ରୋଜଗାର କ୍ଷମ କରିବା ସହ ଯାତ୍ରୀଙ୍କୁ ବି ଗମନାଗମନରେ ସୁବିଧା କରାଇଛି । ଏପରିକି ଏହି କିଛି ଦିନ ତଳେ ମହିଳା ଏବଂ କିନ୍ନରଙ୍କୁ ବି ଭାରିଯାନ ଚଳାଇବାର ତାଲିମ ଦେବାଭଳି ପଦକ୍ଷେପ ନେଇଛି । ଏହି ସଫଳତା ପାଇଁ ଓଡିଶା ସରକାରଙ୍କ ଏଥିପ୍ରତି ରହିଛି ବିଶେଷ ଭୂମିକା ।