ଓଡିଶା

ସୋମବାର ଠୁ ୧୬ ରୁଟରେ ଗଡିବ ମୋ ବସ୍

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ‘ମୋ ବସ’ ସେବା ୧୯ ଜୁଲାଇ ଅଥାତ୍ ସୋମବାରଠାରୁ ଆରମ୍ଭ ହେବ । ସକାଳ ୭ରୁ ସନ୍ଧ୍ୟା୬ଟା ଯାଏଁ ମୋ ବସ ସେବା ୧୬ଟି ରୁଟ୍ରେ ଚାଲିବ । ଆଗାମୀ ଦିନରେ ଆହୁରି ଅଧିକା ରୁଟ୍ରେ ବସଚ ଳାଚଳ କରିବ ବୋଲି ପ୍ରବନ୍ଧକ ଶ୍ରୀମତି ଦିପ୍ତୀ ମହାପାତ୍ର କହିଛନ୍ତି ।
ନିୟମିତ ବସ୍ ସେବା କେବଳ ସୋମବାରରୁ ଶୁକ୍ରବାର ଯାଏଁ ଉପଲବ୍ଧ ହେବ । ଓଡ଼ିଶା ବାହାରୁ ଆସୁଥିବା ଲୋକମାନଙ୍କ ପାଇଁ ମୋ ବସ ତରଫରୁ ସ୍ୱତନ୍ତ୍ର ସଟଲ ବସ ସେବା ସପ୍ତାହନ୍ତ ଅର୍ଥାତ୍୍ ଶନିବାର, ରବିବାରରେ ଚାଲୁ ରହିବ । ରାଜ୍ୟ ସରକାରଙ୍କ ଆଦେଶ ଅନୁାୟୀ ଆର୍ନ୍ତଜାତିକ ବିମାନ ବନ୍ଦର ଏବଂ ଭୁବନେଶ୍ୱର ରେଲୱେ ଷ୍ଟେସନ ଠାରୁ ଏହି ସ୍ୱତନ୍ତ୍ର ବସସେବା ଉପଲବ୍ଧ ହେବ । ଏହି ବସ ସେବା ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧା ସହିତ ଯାତ୍ରୀମାନଙ୍କୁ ନେବା ଆଣିବା କରିବ । ଏହି ସେବାର ବ୍ୟବହାର କରି ଯାତ୍ରୀମାନେ ନିଜ ଗନ୍ତବ୍ୟସ୍ଥଳକୁ ଯାଇ ପାରିବେ ବୋଲି କ୍ରୁଟ୍ର ମହ୍ରାବନ୍ଧକ ଶ୍ରୀମତି ଦୀପ୍ତି ମହାପାତ୍ର କହିଛନ୍ତିି ।
ବସରେ ଠିଆ ହୋଇ ଯାତ୍ରା କରିପାରିବେ ନାହିଁ ବୋଲି ଶ୍ରୀମତି ମହାପାତ୍ର କହିଛନ୍ତି । ଏଥିପାଇଁ ସମସ୍ତ ଗାଇଡ ଓ କ୍ୟାପଟେନ୍ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ସମସ୍ତ ସିଟ୍ ଭରି ଯାଇଥିଲେ, ଅଧିକା ଯାତ୍ରୀଙ୍କୁ ଉଠାଇବେ ନାହିଁ । ଯାତ୍ରୀମାନଙ୍କ ପାଇଁ ମାସ୍କ ଲଗାଇବା ଅନିର୍ବାଯ୍ୟ ଏବଂ ଏଥିପାଇଁ ବିନାମାସ୍କରେ ପ୍ରବେଶ ନିଷେଧ ଆମର ମୂଳମନ୍ତ୍ର । ଯାତ୍ରୀମାନେ ନିଜର ଯତ୍ନ ନିଅନ୍ତୁ ଏବଂ ଯାତ୍ରାସମୟରେ ନିଜ ସାନିଟାଇଜର ନିଜ ସାଥିରେ ରଖନ୍ତୁ ।
ଓଡ଼ିଶା ସରକାରଙ୍କ ଆଦେଶ ଅନୁଯାୟୀ ମୋ ବସର ସମସ୍ତଗାଇଡ୍ ଓ କ୍ୟାପଟେନମାନେ ଟିକା ନେଇ ସେବାପାଇଁ ପ୍ରସ୍ତୁତ ଅଛନ୍ତି । ପ୍ରତ୍ୟେକ ବସର ପ୍ରତିଦିନ ନିଃସଂକ୍ରମଣ କରାଯିବାର ବ୍ୟବସ୍ଥା ହୋଇଛି । ଏଥିପାଇଁ ବିଷେଶ ଭୂତାଣୁ ନାସକ ଶୋଧକର ବ୍ୟବହାର କରାଯାଉଛି । ଜନସାଧାରଣଙ୍କ ସୁରକ୍ଷା ଏବଂ ସମସ୍ତ କର୍ମଚାରୀଙ୍କ ସୁରକ୍ଷା ପାଇଁ କ୍ରୁଟ୍ ପ୍ରତିବଦ୍ଧ ବୋଲି ସେ କହିଛନ୍ତି ।

 

Related posts

ଘାଟକେଶ୍ୱର ବହୁମୁଖୀ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

mahabharatanews

ଭିଜିଲାନ୍ସ ଜାଲରେ ହିନ୍ଦୋଳ ବିଇଓ ଶାନ୍ତନୁ ମଲ୍ଲିକ

mahabharatanews

ହୋଟେଲ୍ ଛାତରୁ ଖସି ପଡ଼ି ଯୁବକଙ୍କ ମୃତ୍ୟୁ

mahabharatanews