ରାଜନୀତି

ଜନଗଣନା ମୋବାଇଲ ଆପରେ ହେବ

ନୂଆଦିଲ୍ଲୀ: ଦେଶରେ ସମ୍ପ୍ରତି ଜନଗଣନାକୁ ନେଇ ବିଭିନ୍ନ ପ୍ରକାରର ଗୁଜବ ପ୍ରକାଶ ପାଇଛି । ଏହାରି ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଆଗାମୀ ଜନଗଣନା ମୋବାଇଲ ଆପରେ ହେଉଛି । ମନ୍ତ୍ରଣାଳୟ କହିଛନ୍ତି, ୨୦୨୧ର ଜନଗଣନା ନିଜ ପକ୍ଷରୁ ହେବାକୁ ଥିବା ଜନଗଣନା ହେବ ଯାହାକୁ ମିକ୍ସଡ ମୋଡ ଆପ୍ରୋଚ- ଏକ ମୋବାଇଲ ଆପ ( ରେଜିଷ୍ଟ୍ରାର ଜେନେରାଲ ଅଫ ଇଣ୍ଡିଆ କାର୍ଯାଳୟ ଦ୍ୱାରା ତିଆରି କରାଯାଇଛି) ମାଧ୍ୟରେ କରାଯିବ । ଜନସଂଖ୍ୟା ଗଣନା ଜନତାଙ୍କ ନିକଟରେ ଅନଲାଇନ ଆତ୍ମ ଗଣନା ସୁବିଧା ହେବ ।
ମନ୍ତ୍ରାଳୟ କହିଛି,ଜନଗଣନା ଅଧିନିୟମ ୧୯୪୮ ଅନ୍ତର୍ଗତ ଜନତାଙ୍କ ଗୋପନୀୟତାକୁ ସୁରକ୍ଷିତ ରଖାଯିବ । ଏହି ଆଇନ ଅନ୍ତର୍ଗତ ତଥ୍ୟକୁ ସାର୍ବଜନୀନ ଓ ଜନଗଣନା ଅଧିକାରୀଙ୍କୁ ଦିଆଗଲେ ତାହାର ଉଲ୍ଲଙ୍ଘନ ହେଲେ ଜରିମାନା ଦେବାକୁ ହେବ ।

Related posts

ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

mahabharatanews

ମୋହନ ସରକାରଙ୍କ ତୃତୀୟ କ୍ୟାବିନେଟ, ବଜେଟ୍ ପୂର୍ବରୁ ବୈଠକ ଥିବାରୁ ବଡ଼ ନିଷ୍ପତି ସମ୍ଭାବନା

mahabharatanews

କଂଗ୍ରେସ ଗ୍ରୋଥ୍ କରୁଛି

mahabharatanews