ଓଡିଶା

ବାଇକ୍ ଧକ୍କାରେ ଯୁବତୀ ମୃତ

(ମହାଭାରତ, ରାଉରକେଲା): ରାଉରକେଲା ବାସନ୍ତୀ କଲୋନୀ ଫ୍ଲାଇ ଓଭର ନିକଟରେ ଏକ ଅଘଟଣ ଘଟିଛି । ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍ ଧକ୍କାରେ ଗୁରୁତର ହୋଇ ପଡିଥିବା ଜଣେ ଯୁବତୀଙ୍କର ମଙ୍ଗଳବାର ମୃତ୍ୟୁ ହୋଇଛି । ମୃତକ ଜଣକ ୨୧ ବର୍ଷିୟା ପ୍ରିୟା ଗୁପ୍ତା ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଗତ ସୋମବାର ସନ୍ଧ୍ୟାରେ ଯୁବତୀ ଜଣକ ଓଭର ବ୍ରିଜ ନିକଟରେ ଚାଲି ଚାଲି ଯାଉଥିଲେ । ଏହି ସମୟରେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଯୁବତୀ ଜଣକ ରାସ୍ତାରେ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ । ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ରାଉରକେଲା ଆଇଜିଏଚ୍ରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ମଙ୍ଗଳବାର ସକାଳେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ଦୁର୍ଘଟଣା ଘଟାଇଥିବା ବାଇକ ଚାଳକଙ୍କୁ ଗିରଫ କରିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିବାରୁ ଦ୍ରୁତ ଗାଡି ଚାଳନା ଉପରେ ଲଗାମ ଦେବାକୁ ରାଉରକେଲା ଏସପିଙ୍କ ନିକଟରେ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Related posts

ଆଜି ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ଦିନ

mahabharatanews

ଆଦିବାସୀମେଳାରେ ଅଧିକ ୧୦୦ଟି ଷ୍ଟଲ

mahabharatanews

ନେସ୍କୋ ଗୋଦାମରେ ଅଗ୍ନିକାଣ୍ଡ

mahabharatanews