ଅପରାଧ

ନାବାଳିକା ଦୁଷ୍କର୍ମ: ୮୦ ପ୍ରତିଶତ ଅଭିଯୁକ୍ତ ପରିଚିତ

ଗାନ୍ଧୀନଗର: ଗୁଜୁରାଟର ସୁରଟରେ ନାବାଳିକାଙ୍କ ସହ ହେଉଥିବା ଦୁଷ୍କର୍ମ ଘଟଣାରେ ୮୦ ପ୍ରତିଶତ ଅଭିଯୁକ୍ତ ପଡୋଶୀ, ସମ୍ପର୍କୀୟ, ପରିଚିତ ହୋଇଥିବା ଏକ ସର୍ଭେରୁ ଜଣା ପଡିଛି । ଗୁଜୁରାଟ ପୁଲିସ ଅନୁଯାୟୀ, ନାବାଳିକାଙ୍କୁ ସବୁଠାରୁ ଅଧିକ ବିପଦ ତାଙ୍କ ନିଟକତର ଲୋକଙ୍କଠାରୁ ହୋଇଥାଏ । ଏହି ପ୍ରସଙ୍ଗକୁ ନେଇ ଗୁଜୁରାଟ ପୁଲିସ ପକ୍ଷରୁ ଏକ ଅଭିଯାନ ଆରମ୍ଭ କରାଯାଇଛି ।
ସହରର ବିଭିନ୍ନ ଥାନାରେ ଦାୟର ହୋଇଥିବା ନାବାଳିକା ଦୁଷ୍କର୍ମ, ଅପହରଣ ମାମଲାରେ ଏପର୍ଯ୍ୟନ୍ତ ଯେତେ ଅଭିଯୁକ୍ତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ପରିଚିତ ବୋଲି ଜଣାପଡିଛି । ଗତ ତିନି ମାସରେ ପୁଲିସ ଏଥିନେଇ ଏକ ଅଭିଯାନ କରି ପ୍ରାୟ ୫୦ ହଜାର ଲୋକଙ୍କୁ ସଚେତନ କରାଇଛି ।ଏହି ଅଭିଯାନରେ ପୁଲିସ ୫୦୦ରୁ ଅଧିକ ସୋସାଇଟି, ସ୍କୁଲରେ ୮ ଲକ୍ଷ ୫୦ ହଜାର ଲୋକଙ୍କୁ ଜାଗୃତ କରିଛି । ଏଥିସହ ଓଡିଆ, ହିନ୍ଦୀ, ଇଂରାଜୀ, ଗୁଜୁରାଟି, ମରାଠୀ ଆଦି ଭାଷାରେ ପାମ୍ପଲେଟ ବଣ୍ଟା ଯାଉଛି । ପୁଲିସ କମିଶନର ଆର ବି ବ୍ରହ୍ମଭଟ୍ଟ କହିଛନ୍ତି, ନାବାଳିକାଙ୍କ ପ୍ରତି ହେଉଥିବା ଦୁଷ୍କର୍ମ ଏବେ ଉଦ୍ବେଗ ଜନକ ସ୍ଥିତିରେ ପହଞ୍ଚିଛି । ତେଣୁ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟରେ ପୁଲିସ ପ୍ରଶାସନ ପକ୍ଷରୁ ଏପରି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

Related posts

ପେଣ୍ଠକଟା ତେଲୁଗୁ ବସ୍ତିରେ କରୋନା ଯୋଦ୍ଧାଙ୍କୁ ଆକ୍ରମଣ

mahabharatanews

ଜଙ୍କିଆରୁ ବିପୁଳ ପରିମାଣର ଧଳା ଜହର ଜବତ, ୧ ଗିରଫ

mahabharatanews

ଦ୍ୱିତୀୟ ବିବାହ କରି ହରଡ ଘଣାରେ ଖାକିବାବୁ

mahabharatanews

Leave a Comment