(ମହାଭାରତ/ହିଞ୍ଜିଳି): ଗଂଜାମ ଜିଲ୍ଲାର ମୁଖ୍ୟମନ୍ତ୍ରୀ ର୍ନିବାଚନ ମଣ୍ଡଳୀ ହିଂଜିଳି କାଟୁରେ ପୁଣି ଥରେ ଅଲୋଡା ହୋଇପଡିଛି ନବଜାତ ଶିଶୁ ପୁତ୍ର । ଏଭଳି ଏକ ହୃଦୟ ବିଦାରକ ଘଟଣା ପୁଣି ଦେଖିବାକୁ ମିଳିଛି ହିଞ୍ଜିଳି ଜୟ ମଙ୍ଗଳା ଅ ।ନିକାଟରେ । ମୃତ ଶିଶୁ ପୁତ୍ରକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ହିଂଜିଳି ପୋଲିସ ।
ସୂଚନା ମୁତାବକ, ଅ ।ଜି ବଡି ସକାଳୁ ଏକ ଧଳା ରଙ୍ଗର ମାରୁତି କାର ଜୟ ମଙ୍ଗଳା ଆନିକଟ ନିକଟରେ ଅ ।ସି ଠିଆ ହୋଇଥିବା ବେଳେ ମାଛ ଧରିବାକୁ ଅ ।ସି ଥିବା ଧୀବରମାନେ ଏହି କାରଟିକୁ ଦେଖି ଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ ମୁତାବକ, କାରଟି ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ଉକ୍ତ ସ୍ଥାନରେ ରହିଥିଲା । ଧୀବିର ମାନେ କାର ପ୍ରତି ଧ୍ୟାନ ନ ଦେଇ ସେମାନଙ୍କ କାମରେ ଲାଗିଯାଇଥିଲେ । ସେମାନେ ମାଛ ଧରିବା ପାଇଁ ଜାଲ ବିଛାଇ ଥିବାବେଳେ ଜାଲରେ ଗୋଟିଏ ଛୋଟ ଅଖାର ବୁଜୁଳା ପଡିଥିଲା । ଉପରକୁ ଆଣି ଦେଖନ୍ତି ତ ଅଖାରେ ନବଜାତ ମୃତ୍ୟୁ ଶିଶୁ ମିଳିଥିଲା । ଏହା ପରେ ସେଠାରୁ କାରଟି ଘଟଣା ସ୍ଥଳରୁ ପଳାଇ ଯାଇଥିଲା ବୋଲି ଉପସ୍ଥିତ ଧୀବରମାନେ କହିଛନ୍ତି । ସକାଳ ହେଲା ପରେ ଲୋକମାନେ ନିଜର ନିତ୍ୟକର୍ମ ସାରିବା ପାଇଁ ଯିବା ସମୟରେ ମୃତ ଶିଶୁକୁ ଦେଖିବର ସଂ ଧୀବରଙ୍କଠାରୁ ସମସ୍ତ ଘଟଣା ଶୁଣି ପୋଲିସକୁ ଖବର ଦେଇଥିଲେ । ଘଟଣାକୁ ଦେଖି ଅନୁଭୂତ ହେଉଛି, କୌଣସି ମହିଳା ନିଜ ପାପ ସନ୍ତାନକୁ ପାଣିରେ ପକାଇ ହତ୍ୟା କରିଛି ।