ଓଡିଶା

ମୋଟର ଯାନ ପ୍ରଦୂଷଣ ପରୀକ୍ଷଣ କେନ୍ଦ୍ର ଉଦଘାଟିତ

(ମହାଭାରତ, ଉମରକୋଟ): ନବରଙ୍ଗପୁର ଜିଲ୍ଲା ଉମରକୋଟ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଠାରେ ଏକ ପ୍ରଦୂଷଣ ନିୟନ୍ତ୍ରଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନବରଙ୍ଗପୁର ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ବିଭୁରଞ୍ଜନ ନାୟକ ଏହି କେନ୍ଦ୍ରର ଉଦଘାଟନ କରିଥିଲେ । ଶିଳ୍ପ ତାଲିମ କେନ୍ଦ୍ରରେ ପ୍ରଦୂଷଣ ନିୟନ୍ତ୍ରଣ କେନ୍ଦ୍ର ହେବା ପରେ ପିଲାମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ଉମରକୋଟ ଶିଳ୍ପ ଅନୁଷ୍ଠାନରେ ଗାଡିର ପ୍ରଦୂଷଣ ଯାଞ୍ଚ ହେବା ଦ୍ୱାରା ସ୍ଥାନୀୟ ଲୋକେ ଉପକୃତ ହେବେ । ଗାଡିର ପ୍ରଦୂଷଣ ପରୀକ୍ଷା ପାଇଁ ଦୁଇ ଓ ତିନି ଚକିଆ ଯାନ ପାଇଁ ୬୦ ଟଙ୍କା, ମଧ୍ୟମ ଓ ଭାରୀ ମୋଟର ଗାଡି ପାଇଁ ୧୫୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଏଥିସହ ବିଏସ-୪ ଗାଡି ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣ ପତ୍ର ୧ ବର୍ଷ ଯାଏଁ ଏବଂ ଅନ୍ୟାନ୍ୟ ଗାଡି ପାଇଁ ୬ ମାସ ରହିବ ବୋଲି ଉମରକୋଟ ଶିଳ୍ପ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ ରବିନ୍ଦ୍ର କୁମାର କର କହିଛନ୍ତି ।

Related posts

ଯୁବକଙ୍କ ମୃତ୍ୟୁ ରହସ୍ୟ ଘେରରେ

mahabharatanews

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଭାରସାମ୍ୟ ହରାଇ ଓଲଟିଲା ବସ

mahabharatanews

ଅମ୍ଫାନ କ୍ଷୟକ୍ଷତିର ସମୀକ୍ଷା କଲେ ବିଧାୟକ ପ୍ରଣବ ପ୍ରକାଶ

mahabharatanews