ମନୋରଞ୍ଜନ

’ମୁଁ ଏଠାରେ ଅଛି, ଜୀବନ୍ତ’:ଅଭିନେତୀ ମଡେଲ୍‌ ପୁନମ

(ମୁମ୍ବାଇ) : ଗର୍ଭାଶୟ କର୍କଟରେ ଅଭିନେତୀ ତଥା ମଡେଲ୍‌ ପୁନମ ପାଣ୍ଡେଙ୍କ ମୃତ୍ୟୁ ଘଟିଛି ବୋଲି ଚର୍ଚାରେ ପୂର୍ଣ୍ଣଛେଦ ପଡିଛି । ହେଲେ ତାହା ମିଥ୍ୟ ପ୍ରମାଣିତ ହୋଇଛି। କାରଣ ବଞ୍ଚିଛନ୍ତି ବିବାଦୀୟ ମଡେଲ୍‌ ପୁନମ୍‌। ଆଜି ‌ସେ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ପୋଷ୍ଟ୍‌ କରି ନିଜେ ବଞ୍ଚିଛନ୍ତି ବୋଲି କହିଛନ୍ତି। ପୁନମ ଭିଡିଓରେ କହୁଥିବାର ଶୁଣିବାକୁ ମିଳୁଛି, ‘‘’ମୁଁ ଏଠାରେ ଅଛି, ଜୀବନ୍ତ’। ମୋର ଗର୍ଭାଶୟ କର୍କଟରେ ମୃତ୍ୟୁ ହୋଇନାହିଁ।’’

ସୂଚନାନୁଯାୟୀ ,  ଅଭିନେତ୍ରୀଙ୍କର କର୍କଟ କାରଣରୁ ମୃତ୍ୟୁ ହୋଇଛି। ହେଲେ ଆଜି ସେ ଜୀବିତ ଥିବା କଥା କହି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ପୁନମଙ୍କ ଏହି ଭିଡିଓ ଜାରି ହେବା ପରେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ତାଙ୍କ ପୋଷ୍ଟ୍‌ରେ ବିଭିନ୍ନ ପ୍ରକାରର କଥା ଲେଖୁଛନ୍ତି। ଯେ ସେ ଭଲ ଅଛନ୍ତି ଏବଂ ଗର୍ଭାଶୟ କର୍କଟ ରୋଗ ପାଇଁ ସଚେତନତା ସୃଷ୍ଟି କରିବା ପାଇଁ ଏପରି କରିଥିଲେ। ଏହି ରୋଗରେ ଏକାଧିକ ମହିଳାଙ୍କ ଜୀବନ ଯାଇଥିବା ବେଳେ ପୁନମ୍‌ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

Related posts

‘ଏହି କଥା ମୋ ଭାଇକୁ ବହୁତ ବାଧୁଥିଲା’ :ସୁଶାନ୍ତଙ୍କ ଭଉଣୀ  

mahabharatanews

ନୂଆବର୍ଷରେ ରିଲିଜ୍ ହୋଇଛି ‘ସ୍ପିରିଟ୍’ ଫିଲ୍ମର ପ୍ରଥମ ପୋଷ୍ଟର

mahabharatanews

‘ମଣିଷର ଭୁଲକୁ ନୁହେଁ, ଭାବନାକୁ ବୁଝନ୍ତୁ‌’; କ୍ରିତିଙ୍କ ମା’

mahabharatanews