(ଦିଲ୍ଲୀ) : ପୁଣି ଆସନ୍ତା ୨୦ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏନେଇ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।
ସେ କହିଛନ୍ତି ପୁରୀ, କଟକ ଓ ଅନୁଗୁଳରେ ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହାଛଡ଼ା ପ୍ରଧାନମନ୍ତ୍ରୀ ପୁରୀରେ ଏକ ବିଶାଳ ରୋଡ୍ ସୋ ମଧ୍ୟ କରିବେ। ରାଉରକେଲା, ସୋରଡ଼ା ଓ କଣ୍ଟାବାଞ୍ଜିରେ ସାଧାରଣ ସଭାରେ ଉଦବୋଧନ ଦେବେ। ଏଣେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଓଡ଼ିଶା ଆସିବେ। ସେ ହିଞ୍ଜଳି, ସୁନ୍ଦରଗଡ଼ ଓ ପଦ୍ମପୁର ଗସ୍ତ କରି ନିର୍ବାଚନ ପ୍ରଚାର କରି ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ମାଗିବେ।