କଟକ : ମୋଦୀ ସରକାରଙ୍କ ଦ୍ଵିତୀୟ ପାଳିର ତୃତୀୟ ବର୍ଷ ପୂର୍ତ୍ତି ଅବସରରେ କଟକ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ସ୍ତରୀୟ ହିତାଧିକାରୀ କୃଷକ ସମାବେଶ ସାଲେପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ସାଲେପୁରର ମଧୁସ୍ମୃତି ଭବନ ପରିସରରେ ଆୟୋଜିତ ସମାବେଶରେ ଜିଲ୍ଲା ବିଜେପି ସଭାପତି ତଥା ସାଲେପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ପୌରହିତ୍ୟ କରିଥିଲେ। ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଠ ବର୍ଷର ସୁଶାସନ, ସେବା ଓ ଗରୀବ କଲ୍ୟାଣ ପର୍ବ ସମ୍ପର୍କରେ ଆଲୋକପାତ କରିଥିଲେ। ମୋଦୀ ସରକାରଙ୍କ ଚାଷୀ ମାନଙ୍କ ପ୍ରତି ଥିବା ପ୍ରତିବଦ୍ଧତା ସମ୍ପର୍କରେ କହିବା ସହିତ ରାଜ୍ୟ ସରକାର କପି ପେଷ୍ଟର ସରକାର ବୋଲି ଅଭିଯୋଗ କରିଥିଲେ। ଏଥିସହ ଗରୀବ ଚାଷୀଙ୍କର କୌଣସି ଦଳ ନାହିଁ, ସେମାନଙ୍କ ବିକାଶ ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ମହାନ୍ତି କହିଥିଲେ।
କାର୍ଯ୍ୟକ୍ରମରେ ଅତିଥି ଭାବେ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳ, କଟକ ଜିଲ୍ଲା ବିଜେପି ପ୍ରଭାରୀ ଅମର ନାୟକ, ବିଜେପି ନେତା ଶୁଭ୍ରାଂଶୁ ପାଢି , ଶାରଦା ପ୍ରଧାନ, ଜିଲ୍ଲା ବିଜେପି ପୂର୍ବତନ ସଭାପତି ଚୌଧୁରୀ ହେମନ୍ତ କୁମାର୍ ସାହୁ, ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସମ୍ପାଦକ ସତ୍ୟବାଦୀ ଚଇନି, ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ଉପ ସଭାପତି ହୃଷୀକେଶ ଜେନା, ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ରାମନାରାୟଣ ମହାନ୍ତି, ଅରବିନ୍ଦ ବିଶ୍ବାଳ, ବିଜେପି ମହିଳା ମୋର୍ଚ୍ଚା ଜିଲ୍ଲା ସମ୍ପାଦିକା ଯଜ୍ଞାସେନୀ ଜେନା, ବିଜେପି ଯୁବନେତା ସମ୍ରାଟ କେଶରୀ ଲେଙ୍କା,ବିରଜା ପ୍ରସାଦ ରାଉତ,ସରୋଜ କୁମାର କର, ଅମୂଲ୍ୟ କୁମାର ବେହେରା,ପୂର୍ବତନ ପଞ୍ଚାୟତ ସମିତି ଅଧକ୍ଷା ମମତା ରାଉତ ପ୍ରମୁଖ ଯୋଗ ଦେଇ ମୋଦୀ ସରକାରଙ୍କ ଆଠ ବର୍ଷର ସୁଶାସନ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ମହାନ୍ତି କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ସାଲେପୁର ନିର୍ବାଚନ ମଣ୍ଡଳୀର ବହୁ ପ୍ରତିଭାବାନ ଚାଷୀଙ୍କୁ ଉତ୍ତରୀୟ, ପୁଷ୍ପ ଗୁଚ୍ଛ ସହିତ ପ୍ରମାଣ ପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ।
