ଭାରତ

ବିଲ ଗେଟ୍ସଙ୍କୁ ଉପହାରରେ ଦାର୍ଜିଲିଂ ଏବଂ ନୀଳଗିରି ଚା ପତ୍ର 

(ଦିଲ୍ଲୀ)  : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ ଗେଟ୍ସଙ୍କୁ ଭେଟିଛନ୍ତୁି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଯେତେବେଳେ ବି ଜଣେ ଅତିଥି ଆସନ୍ତି, ଆମେ ତାଙ୍କୁ ଭାରତର କିଛି ଜିଲ୍ଲାରୁ ସାମଗ୍ରୀ ଉପହାର ଦେଇଥାଉ । ଶେଷରେ ପ୍ରଧାନମନ୍ତ୍ରୀ ମୋଦି ବିଲ ଗେଟ୍ସଙ୍କୁ ଦାର୍ଜିଲିଂ ଏବଂ ନୀଳଗିରି ଚା ପତ୍ର ଦେଇଛନ୍ତି ଏବଂ କହିଛନ୍ତି ମୁଁ ଆବଣଙ୍କୁ ଦେଖିଛି ଆପଣ ଚା ଉପରେ ଚର୍ଚ୍ଚା କରୁଛନ୍ତି। ମୋଦି ଶୁକ୍ରବାର କହିଛନ୍ତି ଯେ କୃଷି, ସ୍ବାସ୍ଥ୍ୟ ଏବଂ ଶିକ୍ଷା ହେଉଛି ତିନୋଟି କ୍ଷେତ୍ର ଯେଉଁଥିରେ ପ୍ରଯୁକ୍ତିବିଦ୍ୟା ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ।

ସୂଚନାନୁଯାୟୀ , ମୋଦି ପ୍ରଥମେ ବିଲ ଗେଟ୍ସଙ୍କୁ ପୁଷ୍ଟିକର ପୁସ୍ତକ ଦେଇଥିଲେ ଏବଂ ତା’ପରେ ତାମିଲନାଡୁର ମତ୍ସ୍ୟଜୀବୀମାନଙ୍କ ଦ୍ୱାରା ପ୍ରସ୍ତୁତ ମୋତି ଉପହାର ଦେଇଥିଲେ।  ପ୍ରଧାନମନ୍ତ୍ରୀ ମୋଦି ତାମିଲନାଡୁର ପ୍ରସି ଦ୍ଧ କଳା ଟେରାକୋଟାକୁ ବିଲ ଗେଟ୍ସଙ୍କୁ ଉପହାର ଦେଇଛନ୍ତି। ଏହି ସମୟରେ ମୋଦି ବିଲ ଗେଟ୍ସଙ୍କୁ ଟେରାକୋଟାର ବିଶେଷତା ବିଷୟରେ କହିଥିଲେ ଏବଂ ଏହା ଏକ ଅତି ଲୋକପ୍ରିୟ କଳା, ଯାହା ବିଦେଶରେ ମଧ୍ୟ ପ୍ରସିଦ୍ଧ। ଲୋକମାନେ ନିଜ ଘର ଏବଂ ମନ୍ଦିରରେ ମଧ୍ୟ ଏହିପରି କଳା ସ୍ଥାପନ କରନ୍ତି ବୋଲି ସେ କହିଥିଲେ। କଶ୍ମୀରରୁ ବିଲ ଗେଟ୍ସଙ୍କୁ ଏକ ପଶମିନା ଶାଲ ଦେଇଥିଲେ ଏବଂ ପରେ ତାଙ୍କୁ ଉପହାର ସ୍ବରୂପ କଶ୍ମୀରର କେଶର ମଧ୍ୟ ଦେଇଥିଲେ।

Related posts

କାଶ୍ମୀର ପଣ୍ଡିତଙ୍କୁ ଗୁଳିକରି ହତ୍ୟା କଲେ ଆତଙ୍କବାଦୀ

mahabharatanews

ଆଜି କର୍ଣ୍ଣାଟକ ନିର୍ବାଚନ: ପ୍ରାର୍ଥୀ ଚୟନ କରିବେ ଭୋଟର 

mahabharatanews

ଦେଶରେ JN-1 ମାମଲା; ମୋଟ ସଂଖ୍ୟା ୧୯୬କୁ ବୃଦ୍ଧି

mahabharatanews