ଓଡିଶାଭାରତ

“ମୋଦୀଙ୍କ ଟିପ୍ପଣୀ ପ୍ରଭୁ ଜଗନ୍ନାଥଙ୍କ ପାଇଁ ଏକ ଅପମାନ”:  ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ

(ଦିଲ୍ଲୀ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‌ମୋଦୀ ଗତକାଲି ଓଡ଼ିଶା ଗସ୍ତରେ ଆସି ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ। ତେବେ ଜଗନ୍ନାଥ ମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌ କେ ଷ୍ଟାଲିନ୍‌ ଆଜି ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି। ମୋଦୀ ଲୋକଙ୍କୁ ଘୃଣା ପାଇଁ ଉସୁକାଉଛନ୍ତି ବୋଲି ଷ୍ଟାଲିନ କହିଛନ୍ତି। ଏକ ବିବୃତି ଜାରି କରି ଷ୍ଟାଲିନ କହିଛନ୍ତି, ମୋଦୀଙ୍କ ଟିପ୍ପଣୀ କୋଟି କୋଟି ଲୋକଙ୍କ ଦ୍ବାରା ପୂଜା ପାଉଥିବା ପ୍ରଭୁ ଜଗନ୍ନାଥଙ୍କ ପାଇଁ ଏକ ଅପମାନ। ଓଡ଼ିଶା ସହ ଭଲ ସମ୍ପର୍କ ରଖିଥିବା ତାମିଲନାଡ଼ୁର ଲୋକମାନଙ୍କ ପାଇଁ ମଧ୍ୟ ଏହା ଏକ ଅପମାନ ବୋଲି ସେ କହିଛନ୍ତି।

ସୂଚନାନୁଯାୟୀ , ମୋଦୀ ବିଜେଡି ସରକାରକୁ କଡ଼ା ସମାଲୋଚନା କରିଥିଲେ। ଏହି ପ୍ରସଙ୍ଗରେ ମୋଦୀ ତାମିଲନାଡ଼ୁ କଥା ମଧ୍ୟ ଉଠାଇଥିଲେ। ମୋଦୀ କହିଥିଲେ, ଓଡ଼ିଶାର ପୁରୀ ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଚାବି ତାମିଲନାଡ଼ୁ ପଠାଇ ଦିଆଯାଇଛି।

Related posts

ଲୁଧିଆନା କୋର୍ଟ ପରିସରରେ ବିସ୍ଫୋରଣ: ୨ ମୃତ

mahabharatanews

ଆସନ୍ତାକାଲି ଉଦଘାଟିତ ହେବ ନୂତନ ସଂସଦ ଭବନ

mahabharatanews

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ହେବ ସ୍କୁଲ

mahabharatanews