ଓଡିଶା

ବଢ଼ିଲା ସୁନା ଦର 

(ଇରାନ) : ଇରାନ ରା‌ଷ୍ଟ୍ରପତି ଇବ୍ରାହିମ୍ ରଇସ୍‌ଙ୍କ ଦେହାନ୍ତ ପରେ ସୁନା ଦରରେ ବୃଦ୍ଧି ଦେଖାଦେଇଛି। ଏହି ଘଟଣା ପରେ ଇରାନ ଓ ଇସ୍ରାଏଲ୍‌ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବାରୁ ସୁନାର ୧୦ ଗ୍ରାମ ପିଛା ଦାମ୍ ୮୩୧ ଟଙ୍କା ବୃଦ୍ଧି ପାଇ ୭୪,୨୨୨ ଟଙ୍କାରେ ପହଞ୍ଚିଛି।

ସୂଚନାନୁଯାୟୀ , ସୁHନା ଦାମ୍‌ରେ ହୋଇଥିବା ବୃଦ୍ଧିର ଅନ୍ୟତମ କାରଣ ହେଉଛି ଆମେରିକାରେ ମୁଦ୍ରାସ୍ଫୀତିରେ ଘଟିଥିବା ହ୍ରାସ। ଏହାର ପ୍ରଭାବରେ ଆମେରିକା ସୁଧ ହାର ହ୍ରାସ କରିପାରେ ବୋଲି ଆଶା ସୃଷ୍ଟି ହୋଇଛି। ରୁପାର କେଜି ପିଛା ଦାମ୍ ୬୫୦୦ ଟଙ୍କା ବୃଦ୍ଧି ପାଇ ୯୨,୮୭୩ ଟଙ୍କା ହୋଇଛି। ଚଳିତ ମାସରେ ରୁପା ଦାମ୍‌ରେ ୧୩,୧୫୪ ଟଙ୍କାର ବୃଦ୍ଧି ଘଟିଛି। ଚଳିତ ମାସ ସୁନା ଦାମ୍ ଏକ ପ୍ରକାର ଅସ୍ଥିର ରହିଛି। ଚଳିତ ମାସ ୨ରେ ୧୦ ଗ୍ରାମ ପିଛା ସୁନା ଦାମ୍ ୭୨,୧୬୪ ଟଙ୍କା ଥିଲା। ବର୍ତ୍ତମାନ ସୁଦ୍ଧା ସେଥିରେ ୨୮୮୭ ଟଙ୍କାର ବୃଦ୍ଧି ଘଟିଛି।

Related posts

ଲକ ଡାଉନ ଫଳରେ ମା ମଙ୍ଗଳା ପୀଠ ରେ ଝାମ ଯାତ୍ରା ଫିକା ପଡିଲା

mahabharatanews

କେନ୍ଦ୍ରାପଡା ଜିଲ୍ଲାରେ ପାଳିତ ହୋଇଯାଇଛି ବିଶ୍ୱ ଶ୍ରମିକ ଦିବସ

mahabharatanews

ତଥ୍ୟ ଲୁଚାଇବା ଅଭିଯୋଗ: ସ୍ୱାସ୍ଥ୍ୟ ସଚିବକୁ ବାହାର କଲେ ମମତା

mahabharatanews