ରାଜନୀତି

ମୋଦୀଙ୍କ ମନ୍ତ୍ରୀ ପରିଷଦ ବୈଠକ

(ନୂଆଦିଲ୍ଲୀ): ରାଷ୍ଟ୍ରପତି ଭବନର ଅଡିଟୋରିୟମରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ହୋଇଥିଲା । ତେବେ ହଠାତ୍ ଏହି ବୈଠକର କାରଣ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ । ସୂତ୍ର ଅନୁସାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ଓ ଯୋଜନା ସମ୍ପର୍କରେ ମୋଦି ମନ୍ତ୍ରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି । ତେବେ କେନ୍ଦ୍ର ସରକାର ଲୋକଙ୍କ ହିତ ପାଇଁ ଅନେକ ଯୋଜନା କରୁଛନ୍ତି । ହେଲେ ତାହା ଲୋକଙ୍କ ପାଖରେ ଠିକ ଭାବରେ ପହଞ୍ଚି ପାରୁ ନଥିବା ଅଭିଯୋଗ ହେଉଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ମନ୍ତ୍ରୀ ମାନଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ଗୁଡ଼ିକକୁ ଲୋକ ଲୋଚନକୁ ଆଣିବାକୁ କହିଛନ୍ତି । ସେହିପରି ରାଷ୍ଟ୍ରମନ୍ତ୍ରୀ ମାନଙ୍କୁ ବିଭିନ୍ନ ନୀତି ପ୍ରଣୟନ ଓ ମନ୍ତ୍ରୀସ୍ତରୀୟ କାମ ଗୁଡ଼ିକ ସକ୍ରିୟ ଭାବେ ଅଂଶ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି । କେବଳ ଯୋଜନା ନୁହେଁ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ମଧ୍ୟ ଆଜିର ମନ୍ତ୍ରୀ ପରିଷଦ ବୈଠକରେ ଉଠିଥିବା କୁହାଯାଉଛି ।

Related posts

ନିଷେଧାଞ୍ଚଳରେ ବିଜେଡିର ପ୍ରାର୍ଥୀଙ୍କ ପ୍ରଚାର ଗାଡ଼ି ପ୍ରାର୍ଥୀ

mahabharatanews

ବିଷାକ୍ତ ମଦ ରୋକିବା ପାଇଁ ଦିଆଯିବ ସ୍ୱାସ୍ଥ୍ୟକର ଦେଶୀ ମଦ: ପଞ୍ଜାବ ମୁଖ୍ୟମନ୍ତ୍ରୀ

mahabharatanews

ବିଜେଡିର ନୂଆ ରାଜ୍ୟ ମୁଖ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ

mahabharatanews