ରାଜନୀତି

ରାଜ୍ୟସଭାରେ ଉତ୍ତେଜନା ସୃଷ୍ଟି କରିଥିବା ୮ ସାଂସଦ ନିଲମ୍ବିତ

(ନୂଆଦିଲ୍ଲୀ): ଗତକାଲି ରାଜ୍ୟସଭାରେ ପ୍ରବଳ ହଙ୍ଗାମା ମଧ୍ୟରେ ବିବାଦୀୟ କୃଷି ବିଲ୍ ଗୃହୀତ ହୋଇଥିଲା । ବିରୋଧୀ ଦଳର ସଭ୍ୟମାନେ ଗୃହରେ ହଙ୍ଗାମା କରିବା ସହିତ ଉପାଧ୍ୟକ୍ଷଙ୍କ ମାଇକ୍ ମଧ୍ୟ ଭାଙ୍ଗି ଦେଇଥିଲେ । ଖାଲି ସେତିକି ନୁହେଁ କେତେକ ସଭ୍ୟ ଉପାଧ୍ୟକ୍ଷଙ୍କ ଟେବୁଲରୁ କାଗଜପତ୍ର ଭିଡ଼ି ଆଣି ଚିରି ମଧ୍ୟ ଦେଇଥିଲେ । ଗତକାଲି ବିରୋଧୀଙ୍କ ହଙ୍ଗାମା ପ‌ରେ ଆଜି ରାଜ୍ୟସଭାର ଅଧିବେଶନ ଆରମ୍ଭ ହୋଇଛି ।
ତେବେ ଗତକାଲି ଗୃହରେ ଉତ୍ତେଜନା ସୃଷ୍ଟି କରିଥିବା ବିରୋଧୀ ଦଳର ୮ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ସୁଚନା ଅନୁଯାୟୀ ନିଲମ୍ବିତ ହୋଇଥିବା ସାଂସଦ ମାନେ ହେଲେ ଡେରେକ ଓ’ବ୍ରିଏନ୍, ସଞ୍ଜୟ ସିଂ, ରିପୁନ୍ ବୋରା, ନାଜିର ହୁସେନ୍, କେ.କେ ରାଗଶ, ଏ କରିମ୍, ରାଜୀବ ସତ୍ୟଭ ଓ ଡୋଲା ସେନ୍ ।

Related posts

୨୦୨୬ ବଙ୍ଗଳା ନିର୍ବାଚନରେ ମମତାଙ୍କ କ୍ଷମତା ସମ୍ପର୍କରେ ଭବିଷ୍ୟବାଣୀ

mahabharatanews

ପୁଞ୍ଜିପତିଙ୍କ ସହ ମୁହାଁମୁହିଁ ଆଲୋଚନା କରିବେ ମୁଖମନ୍ତ୍ରୀ

mahabharatanews

ଗୁଜୁରାଟରୁ ରାଜ୍ୟ ସଭା ପାଇଁ ପ୍ରାର୍ଥୀ ହେବେ ବିଜେପତ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୟ ପ୍ରକାଶ ନାଡ୍ଡ

mahabharatanews