ଓଡିଶା

ବିପଦରେ ପରିବାର; ଛାତରୁ ଗଳୁଛି କଂକ୍ରିଟ

ଆନନ୍ଦପୁର: ଲଘୁଚାପ କାରଣରୁ ରାଜ୍ୟବ୍ୟାପି ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ବିଭିନ୍ନ ସ୍ଥାନରେ ବନ୍ୟ ପରିସ୍ଥିତି ସହ ଘରଦ୍ୱାର, ରାସ୍ତାଘାଟ ଆଦି ଭାଙ୍ଗିଯିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛନ୍ତି । ଏହା ମଧ୍ୟରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ମଧ୍ୟ ସମାନ ଚିତ୍ର ସାମନାକୁ ଆସିଛି । ଲଗାଣ ବର୍ଷା କାରଣରୁ ଆନନ୍ଦପୁର ପୌରପରିଷଦର ୧୨ ନଂ ୱାର୍ଡ ଶାଳପଡା ଗାଁର କୃଷ୍ଣଚନ୍ଦ୍ର ଦାଶଙ୍କ ପରିବାର ଏବେ ବିପଦ ଘେରରେ ଜିବନ ବିତାଉଛନ୍ତି । ଘର ଛାତରୁ ବଡ ବଡ କଂକ୍ରିଟ ଖସଚଥିବା ଦେଖିବାକୁ ମିଳିଛି । ପରିବାର ଲୋକେ ଭୟଭୀତ ଅବସ୍ଥାରେ ରହୁଥିବା ବେଳେ କେତେବେଳେ କଣ ଯେ ଘଟିବ ତାହା କହିବା ମୁସ୍କିଲ । ପରିବାର ସମସ୍ତଙ୍କ ଜୀବନ ବିପଦରେ ଥିବା ବେଳେ ସ୍ଥାନୀୟ ପ୍ରଶାସନକୁ ସହାୟତା ପାଇଁ ସେ ଗୁହାରି କରିଛନ୍ତି ।

Related posts

ଆଜିଠୁ ପଶ୍ଚିମ ଦ୍ୱାରରୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ

mahabharatanews

ଶିକ୍ଷା ବ୍ୟବସ୍ଥା ବିରୋଧରେ କଂଗ୍ରେସର ହଲ୍ଲାବୋଲ

mahabharatanews

ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ: କୋଭିଡ୍-୧୯ ଗାଇଡଲାଇନ୍ କଡ଼ାକଡ଼ି  ପାଳନ କର

mahabharatanews