ଅପରାଧଓଡିଶା

ମାଓବାଦୀକୁ ବିରୋଧ କରି ପ୍ରଜାମେଳି

(ସୂର୍ୟ୍ୟକାନ୍ତ ବେହେରା/ମାଲକାନଗିରି): ମାଓବାଦୀଙ୍କ ହିଂସାତ୍ମକ କାର୍ୟ୍ୟକଳାପକୁ ବିରୋଧ କରି ପୁଣି ଗର୍ଜିଲେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଯୋଡାମ୍ବ ପଞ୍ଚାୟତବାସୀ। ସ୍ୱାଭିମାନ ଅଞ୍ଚଳ ଆଦିବାସୀ ବିକାଶ ଶାନ୍ତି ପରିଷଦର ଆହ୍ୱାନ କ୍ରମେ ଏହି ପ୍ରଜାମେଳିଟି ଦାରଲାବେଡା ଠାରେ ଅନୁଷ୍ଠିତ ହୋଇଥିଲା। ତେବେ ସ୍ୱାଭିମାନ ଅଞ୍ଚଳବାସୀଙ୍କ ଅଭିଯୋଗ ଏହା କି , ପୂର୍ବେ ସଡକପଥରେ ଯୋଗାଯୋଗ ନଥିବା ଯୋଗୁଁ ଅଞ୍ଚଳ ର ବିକାଶ ହୋଇପାରୁନଥିଲା। କିନ୍ତୁ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସେଠାରେ ପହଞ୍ଚିପାରୁଛି। ହେଲେ ମାଓବାଦୀ ମାନେ ହିଁ ବିକାଶ ରେ ବାଧା ଦେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ନିରୀହ ଆଦିବାସୀଙ୍କୁ ପୋଲିସ ଇନଫର୍ମର କହି ମିଥ୍ୟାରେ ଅତି ନିର୍ମମ ଭାବେ ହତ୍ୟା କରିବା ସହ ବିଭିନ୍ନ ସ୍ଥାନରେ ଲ୍ୟାଣ୍ଡମାଇନ ଖଞ୍ଜି ଦେଉଛନ୍ତି। ଯାହାଦ୍ୱାରା କି ନିରୀହ ଆଦିବାସୀ ମୃତ୍ୟୁ ମୁଖରେ ପଡୁଛନ୍ତି। ଉଦାହରଣ ସ୍ୱରୂପ ଆନ୍ଧ୍ରପ୍ରଦେଶର ପେଦାବାଇଲୁ ମଣ୍ଡଳର ଚିନ୍ତାଲିଭିଦି ଗ୍ରାମର ଦୁଇ ନିରୀହ ମୃତ୍ୟୁବରଣ କରିଥିଲେ । ସବୁଠାରୁ ବଡ଼ ଅଭିଯୋଗ ହେଲା ମାଓବାଦୀ ମାନେ ସବୁବେଳେ ଏହି ନିରୀହ ଆଦିବାସୀଙ୍କ ପାଇଁ ଲଢ଼ୁଥିବା କହୁଛନ୍ତି। ଯଦି ପ୍ରକୃତରେ ସେମାନେ ଲଢ଼ୁଛନ୍ତି ତାହେଲେ କାହିଁକି ଯୋଡାମ୍ବ ଗ୍ରାମକୁ ପୋଡ଼ିଦେଲେ ବୋଲି ପ୍ରଶ୍ନ କରିଛନ୍ତି ଏବଂ ସେମାନଙ୍କ କୁନି କୁନି ପିଲାଙ୍କୁ ମଧ୍ୟ ନିଜ ମାଓ ସଂଗଠନ ରେ ଜୋର ଜବରଦସ୍ତି ମିଶାଇବା ନିମନ୍ତେ ବାଧ୍ୟ କରୁଛନ୍ତି। ତେଣୁ ଏହି ସ୍ୱାଭିମାନ ଅଞ୍ଚଳ ର ଯୋଡାମ୍ବ ପଞ୍ଚାୟତ ପାଖାପାଖି ସମସ୍ତ ପଞ୍ଚାୟତବାସୀ ଯଥା:- ଯନ୍ତ୍ରୀ, ଅଣ୍ଡିରାପାଲ୍ଲୀ, ପଣସପୁଟ ଆଦି ସମସ୍ତ ପଞ୍ଚାୟତବାସୀ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟକୁ ନିଜ ଗ୍ରାମରେ ପହଞ୍ଚାଇ ନିଜ ଅଞ୍ଚଳକୁ ବିକାଶ ପଥରେ ଆଗେଇବା ସହ ହିଂସା ନୁହେଁ ବରଂ ଶାନ୍ତି ଚାହୁଁଛନ୍ତି ବୋଲି ଏହି ପ୍ରଜାମେଳି ମାଧ୍ୟମରେ ଆହ୍ୱାନ ଦେଇଛନ୍ତି।

Related posts

ବଲାଙ୍ଗୀରରେ ଝାଡ଼ାବାନ୍ତି ନେଲାଣି ୩ ଜୀବନ,୫୦ରୁ ଅଧିକ ଆକ୍ରାନ୍ତ

mahabharatanews

ଅର୍ଚ୍ଚନା ନାଗଙ୍କୁ ସର୍ତ୍ତମୂଳକ ଜାମିନ୍ 

mahabharatanews

୪ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

mahabharatanews