ଓଡିଶା

ବଲାଙ୍ଗୀରରେ ଝାଡ଼ାବାନ୍ତି ନେଲାଣି ୩ ଜୀବନ,୫୦ରୁ ଅଧିକ ଆକ୍ରାନ୍ତ

ବଲାଙ୍ଗୀର: ବଲାଙ୍ଗୀରରେ ଝାଡ଼ାବାନ୍ତି ନେଲାଣି ୩ ଜୀବନ। ଗୋଟିଏ ଗାଁରେ ୭ ଦିନରେ ଝାଡ଼ାବାନ୍ତିରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ କୁରୁଲ ଗାଁରେ ବଢ଼ୁଛି ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା।  ଗାଁରେ ଏବେ ୫୦ରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। ୧୦ ଜଣ ଆକ୍ରାନ୍ତ ଭୀମଭୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। କ’ଣ ପାଇଁ ଝାଡ଼ାବାନ୍ତି ବ୍ୟାପୁଛି ଜଣାପଡ଼ିନଥିବା ବେଳେ ପାନୀୟ ଜଳ ଯୋଗୁଁ ହେଉଥିବା ଅନୁମାନ କରାଯାଉଛି। ତେବେ ଗାଁରେ ଭୟର ବାତାବରଣ ଲାଗି ରହିଥିବା ବେଳେ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି। ତୁରନ୍ତ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଘଟଣାକୁ ଗୁରୁତ୍ବର ସହ ନେଇ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Related posts

ବାଇକକୁ ପିଟିଲା ଟ୍ରକ, ବାଇକ ଆରୋହୀ ମୃତ

mahabharatanews

ଆଜିଠୁ ବଲାଙ୍ଗୀର ୪ ଦିନ ସଟଡାଉନ

mahabharatanews

ସଡକ ଦୁର୍ଘଟଣାରେ ଜଣେ ମୃତ

mahabharatanews