(ଭୁବନେଶ୍ୱର) : ବିଧାନସଭା ମୌସୁମୀ ଅଧିବେଶନରେ ବିରତି ପରେ ଆଜି ଚାଲିବ ଗୃହ । ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ୍ । ବିଧାନସଭା ଆରମ୍ଭ ଦିନଠୁ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ସରଗରମ ରହିଛି । ତେବେ ଆଜି ଗୃହ କାର୍ଯ୍ୟ ସ୍ବାଭାବିକ ଚାଲିବ କି ନାହିଁ ତାହା ବିରୋଧୀଙ୍କ ପ୍ରଶ୍ନ କହିବ । ମୁଖ୍ୟ ବିରୋଧୀ ବିଜେପି ଗୃହରେ ହଟ୍ଟଗୋଳ କରିବା ଫଳରେ ବାଚସ୍ପତି ବାରମ୍ବାର ଗୃହକୁ ମୁଲତବୀ ଘୋଷଣା କରୁଛନ୍ତି ।
ସୂଚନାନୁଯାୟୀ , ଅନ୍ୟପଟେ ଗୃହକୁ ସ୍ବାଭାବିକ ଭାବେ ଚାଲିବାକୁ ଅପିଲ କରିଛନ୍ତି ବିଧାୟକ ନରସିଂହ ମିଶ୍ର । ଗାନ୍ଧୀ ଜୟନ୍ତୀରେ ରାଷ୍ଟ୍ରପତି ଭବନରେ “ଶକ୍ତି ହାଟ”ର ଲୋକାର୍ପଣ କଲେ ମାନ୍ୟବର ରାଷ୍ଟ୍ରପତି ସେପଟେ ସରକାରୀ ଦଳ ମୁଖ୍ୟ ସଚେତକ କହିଛନ୍ତି ଯେ ବିଜେପି ବିଧାୟକ ମାନେ ବିଧାନସଭାରେ ଜନବିରୋଧୀ ନୀତି ଆପଣାଇଛନ୍ତି । ଅନ୍ୟପଟେ ମୌସୁମୀ ଅଧିବେଶନ ଶେଷ ହେବାକୁ ଗୋଟିଏ ଦିନ ବାକି ଥିବାରୁ ଆଜି ଗୃହ ପୁଣିଥରେ କମ୍ପିବ ନା ସ୍ୱଭାବିକ ହେବ ତା ଉପରେ ସଭିଙ୍କ ନଜର ରହିଛି ।
