ନୂଆଦିଲ୍ଲୀ: ସଂସଦରେ ମନସୂନ ସେସନ କେବେ ଆରମ୍ଭ କରାଯିବ ତାହାକୁ ନେଇ ଯଥାଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି । କୋଭିଡ ମହାମାରୀ ପାଇଁ ବଜେଟ ଅଧିବେଶନ ଚାଲିଥିବା ବେଳେ ଏହାକୁ ମଝିରୁ ୨୩ ମାର୍ଚ୍ଚରେ ବନ୍ଦ କରି ଦିଆଯାଇଥିଲା । ତେବେ ମନସୂନ ସେସନ କରାଯିବ କିନ୍ତୁ କେବେ ଏହାକୁ ନେଇ ଖୁବ ଶୀର୍ଘ୍ର ନିଷ୍ପତ୍ତି ହେବ ବୋଲି ଜୋଶୀ କହିଛନ୍ତି ।
ମନସୂନ ସେସନ ପାଇଁ ହାତରେ ସେପ୍ଟେମ୍ବର ପର୍ଯ୍ୟନ୍ତ ସମୟ ରହିଛି । ଅନେକ ସମୟରେ ଏହି ସେସନ ଅଗଷ୍ଟ ଶେଷ ଭାଗରେ ଆୟୋଜନ ହୋଇଛି । କୋଭିଡ ମାମଲାରେ ଜୋଶୀ କହିଛନ୍ତି, ଏବେ ଏହା ଅଭିବୃଦ୍ଧି ସ୍ତରରେ । ଆମକୁ ଏହାର ନିୟନ୍ତ୍ରଣ କିପରି ହେବ ସେଥିପାଇଁ ଅପେକ୍ଷା କରିବାକୁ ହେବ ।
ପୂର୍ବରୁ ମନ୍ତ୍ରୀ ଏକ ଅଧିକାରିକ ବୟାନରେ କହିଥିଲେ, ବଜେଟ ସେସନରେ ଲୋକସଭାର ଉତ୍ପାଦକତା ୯୦ ପ୍ରତିଶତ ରହିଥିବା ବେଳେ ରାଜ୍ୟସଭାର ୭୪ ପ୍ରତିଶତ ରହିଥିଲା । ବଜେଟ ସେସନ ଜାନୁଆରୀ ୩୧ରୁ ଆରମ୍ଭ ହୋଇ ଏପ୍ରିଲ ୩ରେ ଶେଷ ହେବାର ଥିଲା । କିନ୍ତୁ ଉଭୟ ଗୃହ ଫେବୃଆରୀ ୧୧ରେ ମୁଲତବୀ ହୋଇ ମାର୍ଚ୍ଚ ୨ରେ ପୁନଃ ବସିଥିଲା । ପ୍ରଥମ ପର୍ଯ୍ୟାୟରେ ବଜେଟ ସେସନରେ ଲୋକସଭା ଓ ରାଜ୍ୟ ସଭାରେ ୯ଟି ସିଟିଂ ରହିଥିବା ବେଳେଦ୍ୱିତୀୟ ପର୍ଯ୍ୟାୟରେ ୧୪ ଟି ସିଟିଂ ହେବ । ଏହି ଅଧିବେଶନରେ ମୋଟ ୧୯ଟି ବିଲ ଉପସ୍ଥାପନ କରାଯିବାକୁ ଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।
previous post