Uncategorized

ସଡକ-୨ ଫିଲ୍ମକୁ ନେଇ ୩ ଭଟ୍ଟଙ୍କ ନାମରେ ମାମଲା ରୁଜୁ

ମୁମ୍ବାଇ: ବଲିଉଡ୍ ଫିଲ୍ମ ନିର୍ମାତା ମହେଶ ଭଟ୍ଟ, ମୁକେଶ ଭଟ୍ଟ ଓ ଆଲିଆ ଭଟ୍ଟଙ୍କ ନାମରେ ମାମଲା ଦାଏର ହୋଇଛି । ମହେଶଙ୍କ ଝିଅ ତଥା ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ସଡକ୍‌ ୨’ ଫିଲ୍ମର ପୋଷ୍ଟର ହିନ୍ଦୁମାନଙ୍କ ଭାବନାକୁ ଆଘାତ ଦେଇଛି ଅଭିଯୋଗ କରି ଜଣେ ସାମାଜିକ କର୍ମୀ ଓ ଜଣେ ଓକିଲ ମାମଲା ଦାୟର କରିଛନ୍ତି।
ଓକିଲ ବିନୟ ପାଣ୍ଡେ ‘ସଡକ ୨’ ଫିଲ୍ମର ପୋଷ୍ଟରକୁ ନେଇ କହିଛନ୍ତି, ଏଥିରେ କୈଳାସ ପର୍ବତର ଫଟୋ ରହିଛି, ଯାହାକୁ ହିନ୍ଦୁଙ୍କ ଭଗବାନ ଶିବଙ୍କର ନିବାସସ୍ଥଳ ବୋଲି କୁହାଯାଇଥାଏ। କିନ୍ତୁ ଦୁର୍ଭାଗ୍ୟର ଏହି ପୋଷ୍ଟରରେ କୈଳାସ ପର୍ବତର ଫଟୋ ଅପେକ୍ଷା ଫିଲ୍ମର ନାମ ଓ ଏହାର ଅଭିନେତା, ଅଭିନେତ୍ରୀ, ନିର୍ଦ୍ଦେଶକ ଓ ନିର୍ମାତାଙ୍କ ନାମକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ସେମାନଙ୍କ ନାମକୁ କୈଳାସ ପର୍ବତର ଉପରେ ଲେଖାଯାଇଛି। ଆଉ ଏହା ହିନ୍ଦୁଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଇଛି। ଆଇପିସି ଧାରା ୨୯୫ ଏ (ଧର୍ମୀୟ ଭାବନାକୁ ଆଘାତ ଦେବା) ଏବଂ ୧୨୦ ବି (ଅପରାଧିକ ଷଡ଼ଯନ୍ତ୍ର)ରେ ସେମାନଙ୍କ ନାଁରେ ମାମଲା ରୁଜୁ ହୋଇଛି। ସେପ୍ଟେମ୍ବର ୮ ତାରିଖରେ ଏହି ମାମଲାର ଶୁଣାଣି ହେବ ।

Related posts

ଗିରଫ ପରେ ଜାମିନରେ ବାହାରିଲେ ବାରିପଦା ବିଧାୟକ

mahabharatanews

ଆତଙ୍କୀ ଫଣ୍ଡିଂ ମାମଲାରେ ହାଫିଜ ସଇଦକୁ ଜେଲ ଦଣ୍ଡାଦେଶ

mahabharatanews

ଚଳିତ ବର୍ଷ ଆରମ୍ଭରୁ ପାକିସ୍ତାନ ୩୮୦୦ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କଲାଣି

mahabharatanews