ଭାରତ

ମାଣ୍ଡିଆ ଖାଇବେ ବଡ଼ ବଡ଼ ଶିଳ୍ପପତି

(ଦିଲ୍ଲୀ) :  ଚଳିତମାସ ୯ ତାରିଖରୁ ସ୍ଥାନୀୟ ପ୍ରଗତି ମଇଦାନରେ ନବ ନିର୍ମିତ  ଭାରତ ମଣ୍ଡପରେ ଦୁଇଦିନିଆ ଜି-୨୦ ଶିଖର ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି।  ଜି-୨୦ ଶିଖର ସମ୍ମିଳନୀରେ ଦେଶର ବଡ଼ ବଡ଼ ଶିଳ୍ପପତିମାନଙ୍କୁ ରାତ୍ରଭୋଜନ ପାଇଁ ନିମନ୍ତ୍ରଣ କରାଯାଇଛି। ସେପ୍ଟେମ୍ବର ୯ ତାରିଖ ରାତ୍ରଭୋଜନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର‌ ମୋଦୀ ଦେଶର କୋଟିପତି ବ୍ୟବସାୟୀ ମୁକେଶ ଅମ୍ବାନୀ, ଗୌତମ ଆଦାନୀ, କୁମାର ମଙ୍ଗଲମ ବିର୍ଲା, ଏନ୍‌ ଚନ୍ଦ୍ରଶେଖରନ୍‌ ଓ ସୁନୀଲ ମିତଲଙ୍କୁ ନିମନ୍ତ୍ରଣ ଦେଇଛନ୍ତି। ଅତିଥିମାନଙ୍କୁ ଦିଆଯାଉଥିବା ଖାଦ୍ୟ ମେନୁରେ ମାଣ୍ଡିଆ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଥିବା ସୂଚନା ରହିଛି।

ସୂଚନାନୁଯାୟୀ, ଏହି ରାତ୍ରଭୋଜନ ପ୍ରଧାନମନ୍ତ୍ରୀ ମୋଦୀ ଦେବେ ବୋଲି ସୂଚନା ରହିଛି।  ୫୦୦ ବ୍ୟବସାୟୀଙ୍କୁ ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ କରାଯାଇଛି ଏବଂ ଏହି କାର୍ଯ୍ୟକ୍ରମରେ ଅନେକ ବଡ଼ ବଡ଼ ଶିଳ୍ପପତି ଯୋଗ ଦେବେ।

 

 

Related posts

ଏସିଆ କପ ଟି-୨୦ ମ୍ୟାଚରେ ଶ୍ରୀଲଙ୍କା ଓ ଆଫସଗାନିସ୍ତାନ ହେବେ ମୁହାଁମୁହିଁ

mahabharatanews

ଆଜି ଅଟଳଜୀଙ୍କ ପୁଣ୍ୟ ତିଥି; ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ 

mahabharatanews

ବିଗ୍ ବସ୍ ୧୭ରେ ହୋଷ୍ଟ କରିବେ କଙ୍ଗନା ରଣାୱତ୍

mahabharatanews