ଭାରତ

ଆଜି ଅଟଳଜୀଙ୍କ ପୁଣ୍ୟ ତିଥି; ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ 

(ଦିଲ୍ଲୀ) :  ଜଣେ ପ୍ରିୟ ଜନନାୟକ, ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିର ଅଧିକାରୀ, ମହାନ ଆତ୍ମାଙ୍କ ଆଜି ହେଉଛି ପୁଣ୍ୟ ତିଥି ।  ସଭିଙ୍କ ପ୍ରିୟ ସେ ସଦାବେଳେ ସବୁ ନିଷ୍ପତ୍ତିରେ ଅଟଳ । ଆଜି ଏହି ଦିନରେ ସମଗ୍ର ଦେଶ ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଭାରତ ପ୍ରତି ତାଙ୍କର ନିଃସ୍ୱାର୍ଥପର ନିଷ୍ଠା ଓ ଶ୍ରଦ୍ଧା ଏବଂ ଦୀର୍ଘ ଅର୍ଦ୍ଧଶତାବ୍ଦୀରୁ ଅଧିକ କାଳ ଧରି ସମାଜ ଓ ରାଷ୍ଟ୍ର ପ୍ରତି ତାଙ୍କର ସେବା ଅତୁଳନୀୟ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଟଳ ବିହାରୀ ବାଜପେୟୀଙ୍କୁ ମନେ ପକାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଅଟଳ ବିହାରୀ ବାଜପେୟୀଙ୍କୁ ଟୁଇଟ୍ କରି ସ୍ମରଣ କରିଛନ୍ତି। ଏହି ଅବସରରେ ବାଜପେୟୀଙ୍କ ସମାଧି ସ୍ଥଳରେ ‘ସଦୈବ ଅଟଳ’ରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ବାଜପେୟୀଙ୍କ ସାମାଧି ସ୍ଥଳ ‘ସଦୈବ ଅଟଳ’ରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ବହୁ ବରିଷ୍ଠ ନେତା ।

Related posts

ବର୍ଷକୁ ଖେଳା ହେବ ଦୁଇ ଦୁଇ ଥର ଆଇପିଏଲ

mahabharatanews

ଚୀନ ସେନା ଉପରେ ତୀକ୍ଷ୍ନ ନଜର ରଖିବ ଡ୍ରୋନ

mahabharatanews

ଆଉ ନାହିଁ ‘ଚାଣକ୍ୟ’

mahabharatanews