ଖେଳ

୧୩ ବର୍ଷ ପରେ ପ୍ରଥମ ମ୍ୟାଚ୍ ଜିତିଲା ମୁମ୍ବାଇ

୧୩ ବର୍ଷ ପରେ ପ୍ରଥମ ମ୍ୟାଚ୍ ଜିତିଲା ମୁମ୍ବାଇ। ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୬ର ଦ୍ଵିତୀୟ ମ୍ୟାଚ୍ । ଦୀର୍ଘ ୧୩ ବର୍ଷ ପରେ ପ୍ରଥମ ମ୍ୟାଚରେ ପରାଜୟର ଧାରା ଭାଙ୍ଗିଲା ମୁମ୍ବାଇ ଇଣ୍ଡିଆନ୍ସ । ପ୍ରଥମ ଫ୍ରାଞ୍ଚାଇଜ୍‌ ଭାବେ ମୁମ୍ବାଇ ଇଣ୍ଡିଆନ୍ସ ୩୦୦ ମ୍ୟାଚ୍‌ ଖେଳି ଆଇପିଏଲ୍‌ ଇତିହାସରେ ନୂଆ ମାଇଲ୍‌ଖୁଣ୍ଟ ଛୁଇଁଛି । ଦଳ ୨୦୧୨ ପରେ ପ୍ରଥମ ଥର ପାଇଁ ସିଜିନର ପ୍ରଥମ ମ୍ୟାଚ୍ ଜିତି ଏକ ଚମତ୍କାର ଢଙ୍ଗରେ ନିଜର ଆଇପିଏଲ ୨୦୨୬ ଅଭିଯାନ ଆରମ୍ଭ କରିଛି । ଦୁଇ ପୂର୍ବ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଇଥିବା ଏକମାତ୍ର IPL ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ୬ ୱିକେଟରେ ବିଜୟୀ ହୋଇଛି। ରବିବାର ମୁମ୍ବାଇର ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ଆଇପିଏଲ୍‌-୨୦୨୬ର ଦ୍ବିତୀୟ ମ୍ୟାଚ୍‌ରେ କୋଲ୍‌କାତା ନାଇଟ୍‌ ରାଇଡର୍ସ ବିପକ୍ଷରେ ଖେଳି ମୁମ୍ବାଇ ଇଣ୍ଡିଆନ୍ସ ଏହି ଗୌରବ ଅର୍ଜନ କରିଛି ।

୫ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଟ୍ବେଣ୍ଟି-୨୦ କ୍ରିକେଟ୍‌ ଇତିହାସରେ କିନ୍ତୁ ପାକିସ୍ତାନ ପୁରୁଷ କ୍ରିକେଟ୍‌ ଦଳ ଏବଂ ଇଂଲିସ କାଉଣ୍ଟ୍‌ ଦଳ ସମରସେଟ୍‌ କାଉଣ୍ଟି କ୍ରିକେଟ୍‌ କ୍ଲବ୍‌ ପରେ ତୃତୀୟ ଦଳ ହୋଇଛି । ମୁମ୍ବାଇ ଦଳ ଏହି ମ୍ୟାଚରେ ୨୨୪ ରନ୍ ସଂଗ୍ରହ କରିବା ସହିତ ୬ ୱିକେଟରେ ବିଜୟ ହାସଲ କରିଛି। ରାୟନ ରିକେଲ୍ଟନ ଦଳ ପାଇଁ ସର୍ବାଧିକ ୮୧ ରନ୍ ସଂଗ୍ରହ କରିଥିଲେ। ସେ ୪୩ଟି ବଲ୍ ଖେଳି ୪ଟି ଚୌକା ଏବଂ ୮ଟି ଛକା ମରିଥିଲେ। ସେହିପରି ରୋହିତ ଶର୍ମା ୩୮ଟି ବଲ୍ ଖେଳି ୬ଟି ଚୌକା ଏବଂ ୬ଟି ଛକା ମାରିଥିଲେ।

Related posts

ଜାଭେଲିନରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ

mahabharatanews

ଟି-୨୦ ବିଶ୍ଵକପ୍ ୨୦୨୬ରୁ ଆନୁଷ୍ଠାନିକ ଭାବେ ବିଦା ହୋଇଛି ବାଂଲାଦେଶ

mahabharatanews

ଟିମ ଇଣ୍ଡିଆରେ ହେବ ବଡ ପରିବର୍ତ୍ତନ

mahabharatanews