(ମହାଭାରତ, ବଲାଙ୍ଗୀର): ବଲାଙ୍ଗୀର ଜିଲ୍ଲା ପୁଇଁତଳା ଥାନା ମିଛାପାଲି ଗାଁର ଜଣେ ଯୁବକଙ୍କ ମୃତଦେହ ଚାଷ ଜମିରୁ ଉଦ୍ଧାର କରାଯାଇଛି । ମୃତକଙ୍କ ନାଁ ଆଲୋକ ନାଏକ ବୋଲି ଜଣାପଡିଛି । ତେବେ ଆଲୋକଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ପୋଲିସ ଜଣେ ଯୁବତୀଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି । ସୂଚନା ଅନୁଯାୟୀ, ମିଛାପାଲିରୁ ଖଲିଆପାଲି ଯାଇଥିବା ରାସ୍ତା ମଝିରେ ଏକ ଚାଷ ଜମିରେ ଯୁବକଙ୍କ ମୃତଦେହ ପଡିଥିବା ଦେଖି ଜଣେ ଯୁବତୀ ଆଲୋକଙ୍କ ପରିବାରକୁ ଖବର ଦେଇଥିଲେ । ପରିବାର ଲୋକେ ପୁଅକୁ ଉଦ୍ଧାର କରି ତରଭା ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଯୁବକଙ୍କ ବେକରେ କଟା ଦାଗ ଲାଗିଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ସ୍ଥାନୀୟ ଲୋକେ ବଲାଙ୍ଗୀର-ସୋନପୁର ବଇରାସ ଛକରେ ରାସ୍ତାରୋକ କରିଛନ୍ତି ।
previous post
next post