ଅପରାଧ

ସାମାନ୍ୟ ବଚସାରୁ କକାଙ୍କୁ ହତ୍ୟା କଲା ପୁତୁରା 

(ମହାଭାରତ, କଣ୍ଟାବାଞ୍ଜୀ): ବଲାଙ୍ଗୀର ଜିଲ୍ଲା ବଙ୍ଗମୁଣ୍ଡା ଥାନା ଚୁଲିଫୁଙ୍କା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ସାମାନ୍ୟ ବଚସାକୁ ନେଇ ଜଣେ ଯୁବକ ନିଜର କକାଙ୍କୁ କୂଆକୁ ଠେଲି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ଜଣକ ଜଗଦାନନ୍ଦ ବେହେରା ଓ ତାଙ୍କୁ ହତ୍ୟା କରିଥିବା ପୁତୁରା ବାଙ୍କ ବେହରା ବୋଲି ଜଣାପଡିଛି । ପୋଲିସ ହତ୍ୟାକାରୀ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ମଙ୍ଗଳବାର ସକାଳେ ଜଗଦାନନ୍ଦ କୂଅରୁ ପାଣି କାଢି ଗଛରେ ଦେଉଥିଲେ । ଏହି ସମୟରେ ତାଙ୍କ ପୁତୁରା ସେଠାରେ ପହଞ୍ଚିଥିଲା । କୌଣସି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ଜଗଦାନନ୍ଦ କୂଅକୁ ପାଣି କାଢିବାକୁ ନଇଁଥିବା ବେଳେ ପୁତୁରା ତାଙ୍କୁ ପଛରୁ ଠେଲି ଦେଇଥିଲା । ପରେ ସେଠାରୁ ଗାଏବ ହୋଇଯାଇଥିଲା । ଫଳରେ କୂଅରେ ପଡି ଜଗଦାନନ୍ଦଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ବଙ୍ଗୋମୁଣ୍ଡା ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି କୂଅରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲେ । ତେବେ ଏହି ହତ୍ୟାକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ ଜମି ବାଡି ବିବାଦକୁ କେନ୍ଦ୍ର କରି ଯୁବକ ଜଣକ ନିଜ କକାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି ।

Related posts

ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ୍ୟୁ

mahabharatanews

ମହିଳାଙ୍କୁ ଆକ୍ରମଣ ଓ ଗାଡି ପୋଡି ଘଟଣାରେ ୪ ଗିରଫ

mahabharatanews

ବ୍ରହ୍ମପୁରରେ ଗୁଳି କରି ହୀରା ଲୁଟ୍ ଘଟଣାରେ ପୋଲିସ ଆଉ ୪ ଅଭିଯୁକ୍ତକୁ ଗିରଫ କରିଛି

mahabharatanews