ଓଡିଶା

ନିଳାଚଳ ଇସ୍ପାତ ନିଗମର ଘରୋଇକରଣ ପ୍ରତିବାଦ ଆନ୍ଦୋଳନ

କଳିଙ୍ଗନଗର: ନିଳାଚଳ ଇସ୍ପାତ ନିଗମକୁ ଘରୋଇକରଣର ପ୍ରତିବାଦରେ ଆନ୍ଦୋଳନ ଓ ଗଣଧାରଣାକୁ ଯୋରଦାର କଲା ନିଳାଚଳବଞ୍ଚାଅ ସଂଗ୍ରାମ ସମିତି । ଆନ୍ଦୋଳନ ଓ ଗଣଧାରଣାକୁ ସମର୍ଥନ ଜଣାଇ ଧାରଣା ସ୍ଥଳରେ କଂଗ୍ରେସର ବରିଷ୍ଠ ନେତା ଯୋଗଦାନ କରିଥିଲେ । ଆଜି ନିଳାଚଳ ବଞ୍ଚାଅ ସଂଗ୍ରାମ ସମିତିର ଗଣଧାରଣା ଏଗାର ଦିନରେ ପହଞ୍ôଚଲା । ଏହାକୁ ସମର୍ଥନ କରି ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ କଂଗ୍ରେସର ସଭାପତି ନିରଞ୍ଜନ ପଟ୍ଟନାୟକ, ଏଆଇସିସି ସଭ୍ୟ ତଥା ଶ୍ରମିକ ନେତା ରାମ ଚନ୍ଦ୍ର ଖୁଣ୍ଟିଆ, ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ନନ୍ଦ, ପଦ୍ମାକର ଗୁରୁ, ରାଜ୍ୟ କଂଗ୍ରେସର ମହିଳା ନେତ୍ରୀ ବନ୍ଦିତା ପରିଡା ଓ ଅନ୍ୟାନ୍ୟ ବରିଷ୍ଠ କଂଗ୍ରେସ ନେତା ଯୋଗଦେଇଥିଲେ । କେନ୍ଦ୍ର ସରକାରଙ୍କ ନିଳାଚଳ ଇସ୍ପାତ ନିଗମକୁ ଘରୋଇକରଣକୁ ଦୃଢ ବିରୋଧ କରିଥିଲେ । ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବର୍ତ୍ତମାନ ସମୟରେ କୌଣସି ସରକାରୀ ପ୍ଲାଣ୍ଟ ବସାଇବା ବଦଳରେ ସରକାରୀ କମ୍ପାନୀକୁ ଘରୋଇକରଣ କରିବାରେ ଲାଗି ପଡିଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରିବାକୁ ନିରଂଜନ ପଟ୍ଟନାୟକ ଦାବି କରିଛନ୍ତି । ଯଦି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହର ନ କରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଯୋରଦାର କରାଯିବ ଓ ଗଣଧାରଣାକୁ ସମର୍ଥନ ଜଣାଇ ରାଜ୍ୟ କଂଗ୍ରେସ ଦିଲ୍ଲୀ ଦରବାରରେ ଏକଥା ଉଠାଇବ ଓ ରାଜ୍ୟ ସାରା ଆନ୍ଦେ।।ଳନ କରିବାକୁ ଚେତାବନୀ ଦିଆଯାଇଛି ।

Related posts

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ; ଅନଲାଇନରେ ଯୋଡି ହେବେ ୧୩ ଲକ୍ଷ ପ୍ରବାସୀ ଓଡ଼ିଆ 

mahabharatanews

ଆଦିବାସୀ ବସ୍ତିରେ ନୂଆବର୍ଷ,ଶୀତବସ୍ତ୍ର ବାଣ୍ଟିଲେ ସମାଜସେବୀ

mahabharatanews

ଆସିଲା ରାଜ୍ୟ ବଜେଟ୍ : କୃଷି ପାଇଁ ୩୩ ହଜାର କୋଟି

mahabharatanews