(ରଜନୀକାନ୍ତ ପାତ୍ର/ଆସିକା): ଗଣେଷ ଭସାଣିକୁ ନେଇ ତୁମୁଳ କାଣ୍ଡ । ଯାହାର ଶିକାର ହୋଇଛନ୍ତି ଜଣେ ୨୦ ବର୍ଷର ଯୁବକ । ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଳା ଆସିକାରେ । ସୁଚନା ଅନୁସାରେ ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ନଲବଣ୍ଟା ଗ୍ରାମର କୋଳି ସାହିରେ ଜଣେ ୨୦ ବର୍ଷର ଯୁବକକୁ ହତ୍ୟା କରାଯାଇଛି । ଉକ୍ତ ଯୁବକ ହେଉଛନ୍ତି ନାଗା ଗୌଡ ।
ତେବେ ଗତକାଲି ବିଳମ୍ବିତ ରାତିରେ ଗଣେଷ ମୁର୍ତ୍ତି ବିସର୍ଜନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ତିକ୍ତତା ଦେଖାଦେଇଥିଲା । ପୁର୍ବରୁ ଏହି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇ ଆସୁଥିଲା । କିନ୍ତୁ ଗତକାଲି ବିବାଦ ସଂଘର୍ଷରେ ପରିଣତ ହୋଇଥିଲା । ସଂଘର୍ଷ ଏତେ ମାତ୍ରାରେ ହୋଇଥିଲା ଯେ ମାରଣାସ୍ତ୍ର ଉଠାଇବା ପର୍ଯ୍ୟନ୍ତ କଥା ଚାଲି ଯାଇଥିଲା । ଗତକାଲି ରାତି ପ୍ରାୟ ୧୦ଟା ସମୟରେ ନାଗାଙ୍କ ଅପର ଗୋଷ୍ଠୀ ମଧ୍ୟରେ ଝଗଡା ହୋଇଥିଲା । ଯାହା ଫଳରେ ଅପର ଗୋଷ୍ଠୀର ଯୁବକ ମାନେ ନାଗାଙ୍କ ଉପରକୁ ମାରଣାସ୍ତ୍ର ରେ ଆକ୍ରମଣ କରିଥିଲେ । ନାଗାଙ୍କ ମୁଣ୍ଡ ଶକ୍ତ ଆଘାତ କରାଯାଇଥିବା ଯୋଗୁଁ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଘଟଣାସ୍ଥଳରେ ଆସିକା ଥାନା ଅଧିକାରୀ ପଂହଁଚି ମୃତ ଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି ।
previous post