bharat

ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବାକୁ ନ୍ୟୁଜିଲ୍ୟାଣ୍ଡରେ ରାଷ୍ଟ୍ରପତି

ନ୍ୟୁଜିଲ୍ୟାଣ୍ଡରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତିନି ଦେଶ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ବୁଧବାର ନ୍ୟୁଜିଲ୍ୟାଣ୍ଡରେ ପହଞ୍ଚିଛନ୍ତି ଦ୍ରୌପଦୀ ମୁର୍ମୁ। ଏହି ସମୟରେ ସେ ରାଜ୍ୟପାଳ-ଜେନେରାଲ ଡେମ ସିନ୍ଦି କିରୋ, ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟୋଫର ଲକ୍ସନ୍ ଏବଂ ଅନ୍ୟାନ୍ୟ ବରିଷ୍ଠ ମନ୍ତ୍ରୀଙ୍କୁ ଭେଟିବେ। ତେବେ ସେଠାରେ ପହଞ୍ଚିବା ପରେ ପାରମ୍ପାରିକ ମାଧୁରୀ “ପୋହ୍ୱିରି” ସମାରୋହରେ ସ୍ୱାଗତ ପୂର୍ବକ ୱେଲିଙ୍ଗଟନ୍‌ର ସରକାରୀ ଗୃହକୁ ପାଛୋଟି ନେଇଛନ୍ତି ଗଭର୍ଣ୍ଣର ଜେନେରାଲ୍ ଡେମ ସିନ୍ଦି କେରୋ.. ।

ଦୀର୍ଘ ଆଠ ବର୍ଷ ପରେ ନ୍ୟୁଜିଲ୍ୟାଣ୍ଡକୁ ଜଣେ ଭାରତୀୟ ରାଷ୍ଟ୍ରପତିଙ୍କ ଗସ୍ତ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅକଲ୍ୟାଣ୍ଡରେ ଏକ ସମ୍ପ୍ରଦାୟ ସ୍ୱାଗତ କାର୍ୟ୍ୟକ୍ରମରେ ମଧ୍ୟ ଯୋଗଦେବେ, ଯେଉଁଠାରେ ସେ ପ୍ରବାସୀ ଭାରତୀୟ ଏବଂ ଫ୍ରେଣ୍ଡସ୍ ଅଫ୍ ଇଣ୍ଡିଆ ସହିତ ଆଲୋଚନା କରିବେ । ନ୍ୟୁଜିଲ୍ୟାଣ୍ଡରେ ଭାରତୀୟ ପ୍ରବାସୀଙ୍କ ସଂଖ୍ୟା ପ୍ରାୟ ୩୦୦,୦୦୦ ଥିବାବେଳେ ମୋଟ ଜନସଂଖ୍ୟା ୫୮ ଲକ୍ଷ ଅଟେ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ ନ୍ୟୁଜିଲ୍ୟାଣ୍ଡ, ଭାରତକୁ ଦ୍ୱିପାକ୍ଷିକ ସମ୍ପର୍କ ପାଇଁ ଏକ ସ୍ୱତନ୍ତ୍ର ବର୍ଗରେ ରଖିଛି। ପ୍ରତିରକ୍ଷା ଏବଂ ନିରାପତ୍ତା ତଥା ସାମଗ୍ରିକ ଦ୍ୱିପାକ୍ଷିକ ବାଣିଜ୍ୟ, ପୁଞ୍ଜି ବିନିଯୋଗ, ଲୋକ-ଲୋକଙ୍କ ସମ୍ପର୍କ ଇତ୍ୟାଦିରେ ନ୍ୟୁଜିଲ୍ୟାଣ୍ଡ ଭାରତକୁ ଏକ ପ୍ରମୁଖ ଅଂଶୀଦାର ଭାବରେ ସ୍ୱୀକୃତି ଦେଇଛି ।

Related posts

ମହେନ୍ଦ୍ର ସିଂ ଧୋନିଙ୍କ ବିରୋଧରେ ଅଭିଯୋଗ

mahabharatanews

ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କଲେ ଅଜିତ୍ ପାୱାରଙ୍କ ପୁଅ ପାର୍ଥ ପାୱାର ।

mahabharatanews

ଅପରେସନ ସିନ୍ଦୂର ପରେ ଅପରେସନ ସିନ୍ଦୂର ୨.୦

mahabharatanews