Uncategorized

ହସ୍ପିଟାଲରେ ଭର୍ତ୍ତି ହେଲେ ମୁଶାରଫ

(ମହାଭାରତ/ଇସଲାମାବାଦ): ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ସ୍ୱାସ୍ଥ୍ୟବସ୍ଥା ପୁଣି ଥରେ ବିଗିଡି ଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଦୁବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମେଡିକାଲ ରିପୋର୍ଟ ଅନୁସାରେ, ମୁଶାରଫଙ୍କ ହୃଦରୋଗ ସହ ରକ୍ତଚାପ ସମସ୍ୟା ମଧ୍ୟ ରହିଛି । ସୂଚନାଯୋଗ୍ୟ, ୨୦୧୬ ମସିହାରୁ ମୁଶାରଫ ପାକିସ୍ତାନରୁ ନିର୍ବାସିତ ହୋଇ ଦୁବାଇରେ ରହୁଛନ୍ତି । ତାଙ୍କ ବିରୋଧରେ ପାକିସ୍ତାନରେ ଦେଶଦ୍ରୋହ ମାମଲା ଚାଲୁଛି । ଏହାର ତଦନ୍ତ କରୁଥିବା ସଂସ୍ଥା ତାଙ୍କର ଫେରିବା ବାଟକୁ ଅପେକ୍ଷା କରି ରହିଛି । ମୁଶାରଫ ଯଦି ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ମୃତ୍ୟୁଦଣ୍ଡ ବା ଆଜୀବନ କରାଦଣ୍ଡାଦେଶ ହୋଇପାରେ ବୋଲି ଜଣାଯାଇଛି ।

Related posts

ହଂକଂକୁ ଆସନ୍ତା ୭ରୁ ଏୟାର ଇଣ୍ଡିଆ ବିମାନ ବାତିଲ

mahabharatanews

କେନ୍ଦ୍ର ସୂଚନା ମନ୍ତ୍ରଣାଳୟ ମାଗିଲେ ଆରୋଗ୍ୟ ସେତୁ ସଂକ୍ରାନ୍ତ ପୂର୍ଣ୍ଣ ତଥ୍ୟ

mahabharatanews

ଦିଲ୍ଲୀ ସିଏଏ ହିଂସା: ଆଜି ଯାଚିକାର ସୁପ୍ରିମକୋର୍ଟ କରିବେ ଶୁଣାଣି

mahabharatanews