(ମହାଭାରତ/ହାଇଦ୍ରାବାଦ) : ହାଇଦ୍ରାବାଦ ମହିଳା ପଶୁ ଡାକ୍ତରଙ୍କ ଗଣଦୁଷ୍କର୍ମ ପରେ ହତ୍ୟା ମାମଲାକୁ ନେଇ ସାରା ଦେଶରେ ଆକ୍ରୋଶ ଦେଖିବାକୁ ମିଳୁଛି । ଦେଶରେ ଦୁଷ୍କର୍ମକାରୀଙ୍କ ବିରୋଧରେ କଡା ଦଣ୍ଡବିଧାନ ହେବାକୁ ସେମାନଙ୍କୁ ଫାଶି ଦେବାକୁ ଦାବି ହେଉଛି । ଆମ ଦେଶର ନ୍ୟାୟ ବ୍ୟବସ୍ଥା ପାଇଁ ଦୁଷ୍କର୍ମ ବଢୁଥିବା ଅଭିଯୋଗ ହେଉଛି । ବିଶ୍ୱରେ ଏମିତି କିଛି ଦେଶ ରହିଛି, ଯେଉଁଠାରେ ଦଣ୍ଡବିଧାନ ଏପରି କଡା ରହିଛି କି, ସେଠାରେ ଦୁଷ୍କର୍ମ ବିଷୟରେ ଚିନ୍ତା କରିବାକୁ ଲୋକେ ଭୟ କରିଥାନ୍ତି ।
ସାଉଦି ଆରବରେ ଦୁଷ୍କର୍ମ ଦୋଷୀଙ୍କ ବିରୋଧରେ ଇସଲାମିକ ଆଇନ ସରିଆ ଲାଗୁ ହୋଇଥାଏ । ସେଠାରେ ଦୁଷ୍କର୍ମକାରୀଙ୍କୁ ଫାଶୀ ଦିଆଯାଏ, ସର୍ବସମ୍ମୁଖରେ ମୁଣ୍ଡ କାଟ କରାଯାଏ ନୋହିଲେ ତାର ଗୁପ୍ତାଙ୍ଗକୁ କାଟି ଦିଆଯାଏ । ଇରାକରେ ଦୁଷ୍କର୍ମକାରୀକୁ ମୃତ୍ୟୁଦଣ୍ଡ ଦିଆଯାଏ । କିନ୍ତୁ ଏଠାର ଦଣ୍ଡ ସାଉଦି ଠାରୁ ଆହୁରି ଭୟଙ୍କର । ସର୍ବ ସମ୍ମୁଖରେ ଅପରାଧିକୁ ସେପର୍ଯ୍ୟନ୍ତ ପଥର ମରାଯାଏ, ଯେ ପର୍ଯ୍ୟନ୍ତ ତାର ମୃତ୍ୟୁ ହୋଇନଥାଏ । ସେହିପରି ଚୀନରେ ଦୁଷ୍କର୍ମକାରୀ ଖୁବ ଶୀଘ୍ର ଦଣ୍ଡ ବିଧାନ ହୋଇଥାଏ । ଅପରାଧିକୁ ଶୀଘ୍ର ମୃତ୍ୟୁ ଦିଆଯାଏ । ସେହିପରି ପୋଲାଣ୍ଡରେ ଦୁଷ୍କର୍ମ କଲେ ଦୋଷୀକୁ ବାରହା ଦଳରେ ଛାଡି ତାକୁ ମାରି ଦିଆଯାଏ । ଏହି ଦଣ୍ଡବିଧାନ ପୁରୁଣା ଥିଲା । ଏବେ ଦୋଷୀକୁ ନଂପୁଷକ କରି ଦିଆଯାଏ । ଉତ୍ତର କୋରିଆରେ ଏହି ଅପରାଧ ପାଇଁ ମଧ୍ୟ ମୃତ୍ୟୁ ଦଣ୍ଡର ପ୍ରାବଧାନ ରହିଛି । ସେଠାରେ ଦୋଷୀର ମୁଣ୍ଡକୁ ସର୍ବସମ୍ମୁଖରେ ଗୁଳି ମାରି ଦିଆଯାଏ । ଇଣ୍ଡୋନେସିଆରେ ଦୁଷ୍କର୍ମ ପାଇଁ ଦିଆଯାଉଥିବା ଦଣ୍ଡବିଧାନ ସବୁ ଦେଶ ଠାରୁ ଭିନ୍ନ । ସେଠାରେ ଦୋଷୀକୁ ପ୍ରଥମେ ନପୁଂଷକ କରି ଦିଆଯାଏ, ଏହା ପରେ ତାଠାରେ ମହିଳାଙ୍କ ହର୍ମୋନ ଭରି ଦିଆଯାଏ । ଇରାନରେ ଏହି ଅପରାଧ ପାଇଁ ଦୋଷୀକୁ ଫାଶି ଦିଆଯାଏ । ଆଫଗାନିସ୍ତାନରେ ଅପରାଧୀର ମୁଣ୍ଡରେ ଗୁଳି ମାରିଦିଆଯାଏ, ନୋହିଲେ ତାକୁ ଫାଶୀ ଦିଆଯାଏ । ଇଜିପ୍ଟରେ ମଧ୍ୟ ଫାଶି ଦଣ୍ଡରେ ଦୁଷ୍କର୍ମକାରୀକୁ ଦଣ୍ଡିତ କରାଯାଏ । ଏପରି କରିବାର କାରଣ, ଏହି ନିର୍ମମ ଓ କଠୋର ଦଣ୍ଡବିଧାନକୁ ଦୃଷ୍ଟିରେ ରଖି ଅନ୍ୟମାନେ ଏପରି କର୍ମରୁ ନିଜକୁ ଦୂରେଇ ରଖିବେ ।
previous post
next post